ମୁମ୍ବାଇ: ନରେନ୍ଦ୍ର ମୋଦି ସରକାର ଦ୍ବାରା ଜମ୍ମୁ-କାଶ୍ମରୀରୁ 370 ଧାରା ହଟିବା ପରେ ଦେଶରେ ମିଶିତ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ଇତିମଧ୍ୟରେ ୟୁପିର ମୁଜାଫରନଗରର ଖତୋଲୀ ବିଧାନସଭାରୁ ଭାଜପା ବିଧାୟକ ବିକ୍ରମ ସାଇନି ଏକ ସଭାରେ କଶ୍ମୀରରୁ ଏହି ଧାରାର ଉଚ୍ଛେଦକୁ ନେଇ ମତାମତ ରଖିଥିଲେ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଶଂସା କରିବା ଧନ୍ୟବାଦ ଜଣାଇଥିଲେ । ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି ସେ।
ବର୍ତ୍ତମାନ ସୋସିଆଲ ମିଡିଆରେ ବିକ୍ରମ ସାଇନିଙ୍କ ବୟାନର ଖୁବ୍ ନିନ୍ଦା କରାଯାଉଛି । ଏବେ ଅଭିନେତ୍ରୀ ରିଚା ଚଡ୍ଡା ମଧ୍ୟ ବିକ୍ରମଙ୍କ କ୍ଲାସ ନେଇଛନ୍ତି । ରିଚା ଟ୍ବିଟ କରି ବିଜେପି ନେତାଙ୍କୁ ଖୁବ୍ ଆଡୁସାଡୁ ଶୁଣାଇଛନ୍ତି । ଟ୍ବିଟରେ ସେ ଲେଖିଛନ୍ତି,‘‘ ରେସିଷ୍ଟ, ସେକ୍ସିଷ୍ଟ, ସେକ୍ସର ଭୋକିଲା ଡାଇନୋସର ଏଯାବତ ଲୁପ୍ତ ହୋଇନାହାଁନ୍ତି ବରଂ ଆହୁରି ଫୁଲି ଫୁଲି ଯାଉଛନ୍ତି । ଆମର ଅଧିକାଂଶ ନେତା ଏମିତି ପୁରୁଷ କାହିଁକି ଅଛନ୍ତି । ଯାହାକୁ ଆପଣ ଚା' ପଇବା ପାଇଁ ମଧ୍ୟ ଘରକୁ ନିମନ୍ତ୍ରଣ କରିବାକୁ ଚାହୁଁନାହାଁ । ଏଥିପାଇଁ ଯିବାର ଥିଲା କାଶ୍ମୀର ? ବିବାହ ତ ଲିଗାଲ ଥିଲା ? ’’’
ବିକ୍ରମଙ୍କ ବିବାଦୀୟ ବୟାନର ସମାଲୋଚନା ପୁରା ଦେଶରେ ଦେଖିବାକୁ ମିଳୁଛି । ତାଙ୍କ ବୟାନକୁ ରିଚାଙ୍କ ବ୍ୟତୀତ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।