ହାଇଦ୍ରାବାଦ: ଗ୍ଲାମରସ୍ ଦୁନିଆକୁ ଫେରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ତାଙ୍କ ପୁରୁଷ ବନ୍ଧୁ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ପରେ ରୀହା ତାଙ୍କ ପୂରୁଣା ଜୀବନଶୈଳୀକୁ ଫେରିବାକୁ ବହୁ ଚେଷ୍ଟା କରୁଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଏକ ବର୍ଷ ପରେ ରିଆ ପ୍ରଥମ କରି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ।
ଏହି ଫଟୋରେ ରିଆଙ୍କୁ ଫ୍ୟାନ୍ସ ଏବଂ ସାଥୀ କଳାକାରଙ୍କ ତରଫରୁ ବେସ୍ ପ୍ରଶଂସା ମିଳିଛି । ତେବେ ଗତକାଲି(ମଙ୍ଗଳବାର) ରିଆ ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମରେ ଏକ ଗ୍ଲାମରସ୍ ପିକ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ୟାପ୍ସନ୍ ଠହରାବ ବୋଲି ରଖିଛନ୍ତି । ଯାହାର ଅର୍ଥ ସ୍ଥିରତା । ରିଆଙ୍କୁ ଏହି ଫଟୋରେ ତାଙ୍କ ଘନିଷ୍ଠ ବନ୍ଧୁ ଏବଂ ଫ୍ୟାନ୍ସ ସକାରତ୍ମକ ଏବଂ ଦୟାପୂର୍ଣ୍ଣ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । ଗାୟିକା କନିକା କପୁରଙ୍କ କମେଣ୍ଟରେ ଅର୍ଜୁନ ରାମପାଲଙ୍କ ପାର୍ଟନର ଗାବ୍ରିଏଲା ଡେମେଟ୍ରିଏଡସ୍ ଫାୟାର୍ ଇମୋଜି ଦେଇଛନ୍ତି ।
ସେହିପରି ରିଆଙ୍କ ଫ୍ୟାନ୍ସ ତାଙ୍କୁ ସାଇନ୍ ଲାଇକ୍ ବ୍ରାଇଟେଷ୍ଟ ଡାଇମଣ୍ଡ ଅର୍ଥାତ୍ ଉଜ୍ଜ୍ବଳ ହୀରା ପରି ଚମିକାବୁକ ଅନୁରୋଧ କରିଛନ୍ତି । ରୀହାଙ୍କ ଏହି ଫଟୋ ହାଇଦ୍ରାବାଦ ଫଟୋଗ୍ରାଫର ସରିଫ୍ ନନ୍ଦ୍ୟାଲା କ୍ଲିକ୍ କରିଥିବା ଜଣାପଡିଛି । ତେବେ ୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦିହୋଇ ପଡିଥିଲେ ରିଆ । ସୁଶାନ୍ତଙ୍କ ପରିବାର ତରଫରୁ ତାଙ୍କ ନାମରେ ହତ୍ୟା ଅଥବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରାଯାଇଥିଲା । ଏଥିସହ ରିଆଙ୍କୁ ମଧ୍ୟ NCB ଡ୍ରଗ୍ସ କାରବାର ମାମଲାରେ ଗିରଫ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ