ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇମାସ ବିତିଗଲାଣି । ହେଲେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଏବେ ବି ଚାଲିଛି। ସେହିପରି ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ କଥା ଧିରେ ଧିରେ କରି ସାମ୍ନାକୁ ଆସୁଛି । ଇତିମଧ୍ୟରେ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ରହସ୍ୟମୟ ଝିଅର କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଯେତେବେଳେ ସେହି ଝିଅ ଜଣଙ୍କ ସୁଶାନ୍ତଙ୍କ ମୃତ ଶରୀର ଦେଖିବାକୁ ଯାଇଥିଲେ।
ଏଯାବତ ଯେଉଁ ମିଷ୍ଟ୍ରି ଗାର୍ଲର ଚର୍ଚ୍ଚା ଚାଲିଥିଲା ତାଙ୍କୁ ନେଇ ନୂଆ ଖୁଲାସା ହୋଇଛି । ଖବର ଅନୁଯାୟୀ ମୁମ୍ବାଇ ପୋଲିସ ଯେଉ ସନ୍ଦିଗ୍ଧ ଝିଅଙ୍କ ଆଲୋଚନା କରିଥିଲେ ସେ ହେଉଛନ୍ତି ରିଆଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବନ୍ଧୁ ଜମୀଲା ।
ସେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ପ୍ରିୟଙ୍କା ଖେମାନୀ ଓ ମହେଶ ସେଟ୍ଟୀଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲେ । ଯାହାଙ୍କୁ ଘରେ ଭିତରେ ପ୍ରବେଶ କରିବାକୁ ଦେଇନଥିଲା ପୋଲିସ ।