ETV Bharat / sitara

ଭିଡିଓ କଲରେ ମଲଙ୍ଗ ଟିମର ରି-ୟୁନିଅନ

ଅଭିନେତ୍ରୀ ଦିଶା ପଟ୍ଟାନୀ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ମଲଙ୍ଗର ସମସ୍ତ ଷ୍ଟାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 7, 2020, 10:30 AM IST

ଭିଡିଓ କଲରେ ମଲାଙ୍ଗ ଟିମର ରିୟୁନିଅନ
ଭିଡିଓ କଲରେ ମଲାଙ୍ଗ ଟିମର ରିୟୁନିଅନ

ମୁମ୍ବାଇ: ଲକଡାଉନରେ ସମସ୍ତେ ନିଜ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଅଧିକ ସମୟ ଦେଉଛନ୍ତି । ଏଥିପାଇଁ ଭିଡିଓ କଲ ପାଲଟିଛି ଏକ ଶ୍ରେଷ୍ଠ ମାଧ୍ୟମ । ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ନିକଟରେ ଭିଡିଓ କଲରେ ମଲଙ୍ଗ ଟିମର ହୋଇଛି ରି-ୟୁନିଅନ ।

ଅଭିନେତ୍ରୀ ଦିଶା ପଟ୍ଟାନୀ ଏହାର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ମଲଙ୍ଗର ସମସ୍ତ ଷ୍ଟାର ନଜର ଆସିଛନ୍ତି । ଦିଶାଙ୍କ ସହ ଆଦିତ୍ୟ, ଅନୀଲ କପୁର ଓ କୁନାଲ ଖେମୁ ଏକାଠି ହୋଇଛନ୍ତି । ଫଟୋ ସେୟାର କରି ଦିଶା ଲେଖିଛନ୍ତି, ‘ପଜିଟିଭ ଭାଇବ୍ସ । କ୍ବାରେଣ୍ଟାଇନ ରିୟୁନିଅନ ୱିଥ୍ ଫେଭରାଇଟ ବୟଜ ।’ ଭିଡିଓ କଲରେ ସମସ୍ତେ ଯୋଡି ହୋଇଥିବାବେଳେ ଦିଶା ବେଶ ଆଟ୍ରାକ୍ଟିଭ ଦେଖାଯାଉଛନ୍ତି ।

ଭିଡିଓରେ ଅନୀଲ କପୁର ଜିମରେ ଥିବାର ନଜର ଆସୁଛି । ୱାର୍କଆଉଟ କରିବା ସହ ସେ ନିଜର ବାଇସେପ ଦେଖାଉଛନ୍ତି । ସେହିପରି ଆଦିତ୍ୟ ଓ କୁନାଲ ଖୁବ ଖୁସିଥିବାର ଦେଖାଯାଉଛନ୍ତି । ଫେବୃୟାରୀରେ ଆସିଥିବା ଫିଲ୍ମ ମଲାଙ୍ଗରେ ଏମାନେ ସମସ୍ତେ ଏକାଠି କାମ କରିଥିଲେ । ସେବେଠାରୁ ଏମାନଙ୍କ ଭିତରେ ଭଲ ବଣ୍ଡିଂ ରହିଛି । ଫିଲ୍ମ ସଫଳତାକୁ ମଧ୍ୟ ସେମାନେ ଏକାଠି ପାର୍ଟି କରି ମନାଇଥିଲେ ।

ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ଦିଶା ସଲମାନଙ୍କ ସହ ରାଧେରେ ନଜର ଆସିବେ । ସେହିପରି ଅନୀଲ କପୁର କରଣ ଜୋହରଙ୍କ ତକ୍ତରେ ଆକ୍ଟିଂ କରିବାକୁ ଥିବାବେଳେ ଆଦିତ୍ୟଙ୍କ ହାତରେ ମହେଶ ଭଟ୍ଟଙ୍କ ସଡକ 2 ପ୍ରୋଜେକ୍ଟ ରହିଛି । ଏଥିରେ ଆଲିୟା ଭଟ୍ଟ ଓ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.