ETV Bharat / sitara

ଦିଶା ସାଲିଆନଙ୍କ ମୃତଦେହ ଉଲଗ୍ନ ହୋଇ ନଥିଲା: ମୁମ୍ବାଇ ପୋଲିସ

author img

By

Published : Aug 9, 2020, 9:02 PM IST

ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ମୁମ୍ବାଇ ପୋଲିସ ତାଙ୍କ ଶରୀରର ଉଲଗ୍ନ ଥିବା ଖବର ଖାରଜ କରିଦେଇଛି । ଅଧିକାରୀ କହିଛନ୍ତି ଯେ, ଘଟଣା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଏକ 'ପଞ୍ଚନାମା' କରିଥିଲା । ଅଧିକ ପଢନ୍ତୁ...

'Reports of Disha Salian's body being found naked false': Mumbai Police
ଦିଶା ସାଲିଆନଙ୍କ ମୃତଦେହ ଉଲଗ୍ନ ହୋଇ ନଥିଲା: ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସେ ଉଲଗ୍ନ ଥିବା ଖବର ଖାରଜ କରିଦେଇଛି ମୁମ୍ବାଇ ।

ମୁମ୍ବାଇ ଡେପୁଟି କମିଶନର ବିଶାଲ ଠାକୁର କହିଛନ୍ତି ଯେ, ଦିଶା ସାଲିଆନଙ୍କ ମୃତଦେହରେ ପୋଷାକ ନଥିବା ଖବର ମିଥ୍ୟା ଅଟେ । ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଏକ 'ପଞ୍ଚନାମା' କରିଥିଲା । ସେତେବେଳେ ଦିଶାଙ୍କ ପିତାମାତା ମଧ୍ୟ ଘଟଣାସ୍ଥଳରେ ଥିଲେ ।

ଦିଶା ଜୁନ୍ 8 ରେ ମୁମ୍ବାଇର ଏକ କୋଠାର 14 ମହଲାରୁ ତଳେ ପଡି ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁର ଛଅ ଦିନ ପରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରେ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଘଟଣା ବଲିଉଡ ସହିତ ରାଜନୈତିକ କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା ।

ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ଏହି ଦୁଇଟି ମାମଲା ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ରାଜନୌତିକ ନେତାମାନେ ଏହି ଦୁଇଟି ଆତ୍ମହତ୍ୟା ମାମଲାକୁ ସେମାନଙ୍କ ସୁବିଧା ପାଇଁ ଯୋଡିବାକୁ ଚେଷ୍ଟା କରୁଛନ୍ତି । ଜଣେ ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ଦିଶାଙ୍କୁ ଦୁଷ୍କର୍ମ କରାଯାଇ ତାଙ୍କୁ ହତ୍ୟା କରାଯାଇଥିଲା ।

ଏକ ଟିଭି ସାକ୍ଷାତକାରରେ ଦିଶାଙ୍କ ପିତାମାତା ସେମାନଙ୍କ ଝିଅର ଗର୍ଭବତୀ, ବଳାତ୍କାର କିମ୍ବା ହତ୍ୟା ବିଷୟରେ ସମସ୍ତ କଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ, ମୁମ୍ବାଇ ପୋଲିସ ସେମାନଙ୍କୁ ସମସ୍ତ ରେକର୍ଡ ଦେଖାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.