ହାଇଦ୍ରାବାଦ: ବଲିଉଡ ଅଭିନେତା ଆୟୁଷମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକିଲ-15’ର ଟିଜର ରିଲିଜ ହୋଇଛି । ପୋଷ୍ଟର ରିଲିଜ ହେବାର କିଛି ସମୟ ପରେ ରିଲିଜ ହୋଇଛି ଟିଜର । ଟିଜରରେ ଆୟୁଷ୍ମାନଙ୍କୁ ପୋଲିସ ଚରିତ୍ରରେ ଦେଖିବାକୁ ମିଳିଛି ।
ଟିଜରରେ ଆୟୁଷ୍ମାନ ସମ୍ବିଧାନର ‘ଆର୍ଟିକିଲ-15’ ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ତେବେ ‘ଆର୍ଟିକିଲ-15’ ଅନୁଯାୟୀ ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନକୁ ନେଇ କୌଣସି ଭେଦଭାବ କରାଯିବ ନାହିଁ ବୋଲି ଟିଜରରେ କହିଛନ୍ତି ଆୟୁଷ୍ମାନ । ଟିଜରରେ ଅଲଗା ଅଲଗା ଧର୍ମ ସମ୍ପ୍ରଦାୟଙ୍କ ଭିତରେ ବିବାଦ ହେଉଥିବାର ଦେଖିବାକୁ ମିଳିଛି ।
ତେବେ ଟିଜର ପୂର୍ବରୁ ରିଲିଜ ହୋଇଥିବା ପୋଷ୍ଟରରେ ଆୟୁଷ୍ମାନଙ୍କୁ ପୋଲିସ ପୋଷାକ ସହ କଳା ଚଷମା ଲଗେଇଥିବାର ଦେଖିବାକୁ ମିଳିଥିଲା । ଚଷମାର ଲେନ୍ସରେ ଦୁଇଟି ମୃତଦେହ ଝୁଲୁଥିବାର ଛବି ଦେଖିବାକୁ ମିଳିଥିଲା ।