ହାଇଦ୍ରାବାଦ: ନେଟଫ୍ଲିକ୍ସର ସମସ୍ତ ସିରିଜ ଭିତରୁ ସାକ୍ରେଡ ଗେମ୍ସର ସିରିଜ ଲୋକଙ୍କୁ ଖୁବ ପସନ୍ଦ ଆସଥିଲା । ତେବେ ଏହାର ଦ୍ବିତୀୟ ସିରିଜର ଟିଜର ରିଲିଜ ହୋଇଛି । ଦ୍ବିତୀୟ ସିରିଜରେ ଦୁଇଟି ନୂଆ ମୁହଁ ଦେଖିବାକୁ ମିଳିବ । ତେବେ ଟିଜରରେ ଜଣ ଜଣ କରି ସମସ୍ତଙ୍କ ଚେହେରା ଦେଖିବାକୁ ମିଳିଛି। ସିରିଜରେ କଳ୍କି କେକଳାଂଙ୍କ ସହ ରଣବୀର ଶୌରୀଙ୍କ ଏଣ୍ଟ୍ରି ସବୁଠୁ ଆଶ୍ଚର୍ଯ୍ୟଜନକ ଅଛି ।
ସିରିଜର ଶେଷରେ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା । ସିରିଜକୁ ଅନୁରାଗ କସ୍ୟପ ଓ ବିକ୍ରମାଦିତ୍ୟ ମୋଟୱାନି ନିର୍ଦ୍ଦେଶନା ଦେଉଛନ୍ତି ଆଉ ମଜାଦାର କଥା ହେଲା କଳ୍କି ଅନୁରାଗ କସ୍ୟପଙ୍କ ପୂର୍ବତନ ପତ୍ନୀ । ଏହାର ପ୍ରଥମ ସିରିଜକୁ ଲୋକ ଏତେ ପସନ୍ଦ କରିଥିଲେ ଯେ ଟିଜର ରିଲିଜର ଏକ ଘଣ୍ଟାରେ ପ୍ରାୟ ଅଢେଇ ଲକ୍ଷ ଲୋକ ଦେଖିସାରିଲେଣି ।
ସିରିଜର ପ୍ରଥମ ଅଧ୍ୟାୟରେ ସୈଫ ଅଲ୍ଲୀ ଖାନଙ୍କୁ ଇନସ୍ପେକ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା ଓ ନବାଜୁଦ୍ଦିନ ସିଦିକି ଅଣ୍ଡରୱାର୍ଲ୍ଡ ଡନ ଭୂମିକାରେ । ତେବେ ଦ୍ବିତୀୟ ଅଧ୍ୟାୟରେ ପଙ୍କଜ ତ୍ରିପାଠୀଙ୍କ ଚରିତ୍ର ଏଥିରେ ମହତ୍ତ୍ବପୂର୍ଣ୍ଣ ରହିଛି । ଦ୍ବିତୀୟ ସିରିଜରେ ଅତିତର ମଧ୍ୟ କିଛି ଦୃଶ୍ୟ ସାମିଲ ରହିବ । କିଛି ଦିନ ପୂର୍ବରୁ ଏହାର ପୋଷ୍ଟର ରିଲିଜ କରାଯାଇଥିଲା । ସିରିଜକୁ ରିଲାଏନ୍ସ ଓ ଅନୁରାଗଙ୍କ କମ୍ପାନି ମିଳିତ ଭାବେ ତିଆରି କରୁଛନ୍ତି ।