ETV Bharat / sitara

‘ବିଗବସ 14’ର ବିଜୟ ମୁକୁଟ ପିନ୍ଧିଲେ ରୁବୀନା

author img

By

Published : Feb 22, 2021, 7:08 AM IST

ପପୁଲାର ରିୟାଲିଟି ଶୋ ‘ବିଗବସ 14’ର ଫାଇନାଲ ଏପିସୋଡ ରବିବାର ପ୍ରସାରଣ ହୋଇଯାଇଛି । ସମସ୍ତଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ରୁବୀନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦର୍ଶକଙ୍କ କଳ୍ପନାଜଳ୍ପନାକୁ ସତ ସାବ୍ୟସ୍ତ କରି ପରିଶେଷରେ ‘ବିଗବସ’ ନିଜ ଶୋର 14ତମ ବିଜେତାର ନାମ ଘୋଷଣା କରିଛି । ଶୋର ସବୁ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଏଥର ‘ବିଗବସ’ ମୁକୁଟ ପିନ୍ଧିଛନ୍ତି ଛୋଟ ପରଦାର ଛୋଟି ବୋହୂ ରୁବୀନା ଦିଲୈକ । ଶୋର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରି 36 ଲକ୍ଷ ଟଙ୍କାର ବିଜେତା ରାଶି ପ୍ରଦାନ କରିଥିଲେ। ବିଜେତା ରୂପେ ରୁବୀନାଙ୍କ ନାମ ଘୋଷଣା ହେବା ମାତ୍ରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା ।

ଶୋରେ ଏଥର 5 ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପର୍ଯ୍ୟନ୍ତ ଯିବାର ସୁଯୋଗ ମିଳିଥିଲା । ରୁବୀନାଙ୍କ ସହ, ନିକ୍କୀ ତମ୍ବୋଲି, ଏଲି ହୋନି, ରାହୁଲ ବୈଦ୍ୟ ଓ ରାକ୍ଷୀ ସାୱନ୍ତ । ଏହି 5 ଜଣ ଶୋରେ ଦମଦାର ଖେଳ ଖେଳିଥିଲେ । ସେହିପରି ରୁବୀନା ପ୍ରଥମ ବିଜେତା ସାଜିଥିବା ବେଳେ ରାହୁଲ ଫାଷ୍ଟ ରନର୍ସ ଅପ୍ ହୋଇଛନ୍ତି।

ପ୍ରକାଶ ଥାଉକି ଗତ ବର୍ଷ ଅକ୍ଟୋବର 3ରେ ‘ବିଗବସ 14’ର ପ୍ରଥମ ଏପିସୋଡ ଅନ-ଏୟାର ହୋଇଥିଲା । ପାଖାପାଖି 138 ଦିନ ପର୍ଯ୍ୟନ୍ତ ଏହି ଶୋର ପ୍ରସାରଣ କରାଯାଇଛି । ତେବେ ଏହି 5 ଜଣ ପ୍ରତିଯୋଗୀଙ୍କ ବ୍ୟତୀତ ଅଭିନବ ଶୁକ୍ଲା, ଜାସ୍ମୀନ ଭସୀନ, ଶହଜାଦ ଦେଓଲ, ସାରା ଗୁରପାଲ ସିଂ, ଜାନ କୁମାର ସାନୁ, ଏଜାଜ ଖାନ, ପବିତ୍ରା ପୁନିୟା, ନିଶାନ୍ତ ମଲଖାନୀ ମଧ୍ୟ ପ୍ରତିଯୋଗୀ ରୂପେ ନଜର ଆସିଥିଲେ ।

ସେହିପରି ଚ୍ୟାଲେଞ୍ଜର୍ସ ଭାବେ ଗୌହର ଖାନ, ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ ଓ ରାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା । ଆଉ ଶୋର ୱାଇଲ୍ଡ କାର୍ଡ ଏଣ୍ଟ୍ରିରେ କବିତା କୌଶିକ, ନୈନା ସିଂ, ଶାର୍ଦ୍ଦୁଲ ପଣ୍ଡିତ, ଏଲି ଏବଂ ସୋନାଲୀ ଫୋଗଟ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.