ETV Bharat / sitara

‘ବିଗବସ 14’ ପ୍ରତିଯୋଗୀଙ୍କୁ ବଡ ଝଟକା ଦେବେ ସଲମାନ

author img

By

Published : Nov 28, 2020, 3:12 PM IST

ଚର୍ଚ୍ଚା ଜୋର ଧରିଛି ଯେ ରିୟାଲିଟି ଶୋ ‘ବିଗବସ 14’ର ଫାଇନାଲ ଏପିସୋଡକୁ ନେଇ । ଯାହା ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ଆସନ୍ତା ବର୍ଷ ନୁହେଁ ଏବର୍ଷ ଘୋଷଣା ହେବ ‘ବିଗବସ 14’ର ବିଜେତାଙ୍କ ନାମ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ଏବର୍ଷ ବର୍ଷ ‘ବିଗବସ 14’କୁ ନେଇ ଚର୍ଚ୍ଚା । ଆରମ୍ଭ ସମୟରେ ମେକର୍ସ ଘୋଷଣା କରିଥିଲେ ଯେ ଏଥର ସିଜିନରେ ଦେଖିବାକୁ ମିଳିବ ଭିନ୍ନ ଜିନିଷ । ଅକ୍ଟୋବର 3 ରୁ ଆରମ୍ଭ ହୋଇଥିବା ‘ବିଗବସ 14’ରେ ଏବେ ଦେଖିବାକୁ ମିଳୁଛି ଅନେକ ଟ୍ବିଷ୍ଟ । ପ୍ରତିଯୋଗୀ ଜିତିବା ପାଇଁ ପରସ୍ପର ବିରୋଧରେ ନଜର ଆସୁଛନ୍ତି । ବର୍ତ୍ତମାନ ଲାଗୁଛି ଖେଳର ସବୁଠୁ ବଡ ମୋଡ଼ ଆସିବାକୁ ଯାଉଛି । କାରଣ ଶୋ’ର ହୋଷ୍ଟ ସଲମାନ ଖାନ ପ୍ରତିଯୋଗୀଙ୍କୁ ଦେବେ ବଡ ଝଟକା । ‘ୱିକେଣ୍ଡ କା ୱାର’ ଏପିସୋଡରେ ସେ କହିବାକୁ ଯାଇଛନ୍ତି ଆସନ୍ତା ସପ୍ତାହରେ ବିଗବସ୍ ଫାଇନାଲ ସପ୍ତାହ ହେବାକୁ ଯାଉଛି । ଯାହା ସମସ୍ତଙ୍କ ହୋସ ଉଡାଇବ ।

ସେହିପରି ଶୋର ନୂଆ ପ୍ରୋମୋ ଭିଡିଓ ମଧ୍ୟ ଜାରି ହୋଇଯାଇଛି । ଯେଉଁଥିରେ ସଲମାନ ପ୍ରତିଯୋଗୀଙ୍କୁ କହୁଛନ୍ତି, ‘କଣ ଆପଣଙ୍କୁ ଜଣାଅଛି ବିଗବସର ଫାଇନାଲ କେବେ ହେବ ।’ ତାଙ୍କ ଏକଥାରେ ପ୍ରତିଯୋଗୀ ନିକ୍କୀ ତମ୍ବୋଲି ଜବାବରେ କହୁଛନ୍ତି ଯେ 2021 । ଏହାପରେ ଆଉ କଣ ଥିଲା ସମସ୍ତଙ୍କୁ ହଠାତ୍ ଆଶ୍ଚର୍ଯ୍ୟ କରିଦେବେ ସଲମାନ । ଆଉ କହୁଥିବାର ନଜର ଆସିବେ ‘ବିଗବସ 14’ର ଫାଇନାଲ ଆସନ୍ତା ବର୍ଷ ନୁହେଁ ବରଂ ଆସନ୍ତା ସପ୍ତାହରେ ହେବାକୁ ଯାଉଛି । ଯେଉଁଥିରେ କେବଳ 4 ଜଣ ପ୍ରତିଯୋଗୀ ରହିବେ ।

ହୁଏତଃ ଏହି କଥା ସତ ହୋଇପାରେ କିମ୍ବା ସଲମାନଙ୍କ ପ୍ରତିଯୋଗୀଙ୍କ ସହ କୌଣସି ପ୍ରାଙ୍କ କରୁଛନ୍ତି । ତାହା ଜାଣିବା ପାଇଁ ଆପଣଙ୍କୁ ‘ୱିକେଣ୍ଡ କା ୱାର’ ଏପିସୋଡ ପୁରା ଦେଖିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.