ETV Bharat / sitara

ସ୍ବାମୀଙ୍କ ଠୁ ଧୋକା ପାଇଲେ ରାକ୍ଷୀ, କାନ୍ଦି କାନ୍ଦି କହିଲେ ଦୁଃଖ

author img

By

Published : Feb 3, 2021, 2:14 PM IST

ଭାଇରାଲ ହେଲା ରିୟାଲିଟି ଶୋ ‘ବିଗବସ 14’ର ପ୍ରୋମୋ ଭିଡିଓ । ରାହୁଲଙ୍କ ମନ କଥା କହିଲେ ରାକ୍ଷୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ‘ବିଗବସ 14’ ହାଉସରେ ବର୍ତ୍ତମାନ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଜଲୱା ଦେଖିବାକୁ ମିଳୁଛି । ସମସ୍ତଙ୍କୁ ଏଣ୍ଟରଟେନମେଣ୍ଟ କରୁଥିବା ରାକ୍ଷୀ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ବିଗବସ ଶୋରେ ସେ ଅନେକଥର ନିଜ ବୈବାହିକ ଜୀବନର ଦୁଃଖ ବଖାଣିସାରିଛନ୍ତି । ହେଲେ ଏଥର ସେ ନିଜ ସ୍ବାମୀଙ୍କୁ ନେଇ ଏମିତି କଥା କହିଛନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ଜାରି ହୋଇଥିବା ‘ବିଗବସ 14’ର ନୂଆ ପ୍ରୋମୋ ଭିଡିଓରେ ସ୍ବାମୀ ରିତେଶ ତାଙ୍କୁ ଧୋକା ଦେଇଛନ୍ତି ବୋଲି ରାହୁଲ ବୈଦଙ୍କୁ କହୁଥିବାର ନଜର ଆସୁଛନ୍ତି ସେ । ଖାଲି ଏତିକି ନୁହେଁ ସେ କାନ୍ଦି କାନ୍ଦି ଜଣାଉଛନ୍ତି ତାଙ୍କ ସ୍ବାମୀ ପୂର୍ବରୁ ବିବାହିତ ଥିଲେ ଆଉ ତାଙ୍କର ପିଲା ମଧ୍ୟ ଅଛି । ବିବାହ ପରେ ଏହା ଶୁଣି ତାଙ୍କ ମା' ଅସୁସ୍ଥ ହୋଇପଡିଛନ୍ତି ।

ସେପଟେ ରାକ୍ଷୀଙ୍କ ଏପରି ଦୁଃଖ ଦେଖି ରାହୁଲ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.