ETV Bharat / sitara

ରିଲରେ ରିଅଲ ଲାଇଫ ଗୁରୁ, ଜାଣନ୍ତୁ... - ବଲିଉଡ

ବଲିଉଡରେ ଅନେକ କଳାକାର ଅଭିନୟ ପୂର୍ବରୁ ଶିକ୍ଷକତା କରିଛନ୍ତି । ପରଦା ଉପର ହିରୋ ରିଅଲ ଲାଇଫର ବି ଜଣେ ଜଣେ ହିରୋ ।

ଡିଜାଇନ ଫଟୋ
author img

By

Published : Sep 5, 2019, 2:31 PM IST

ହାଇଦ୍ରାବାଦ: ଗୁରୁ ଏକ ସମ୍ମାନଜନକ ଶବ୍ଦ । ଗୁରୁଙ୍କ ସ୍ଥାନ ସର୍ବଦା ଉପରେ । ତେବେ ଆଜିର ଗୁରୁ ଦିବସରେ ସେମାନଙ୍କ ବିଷୟରେ କଥା ହେବା ଯେଉଁମାନେ, ବଲିଉଡର କଳାକାର ମାତ୍ର ରିଅଲ ଲାଇଫ ଗୁରୁ ।

teacher in bollywood
ଡିଜାଇନ ଫଟୋ

ଫିଲ୍ମ ଇଣ୍ଡଷ୍ଟ୍ରି ଆସିବା ପୂର୍ବରୁ ଅଭିନେତା ଅକ୍ଷୟ କୁମାର ଜଣେ ଶିକ୍ଷକ ଥିଲେ । ବ୍ୟାଙ୍ଗକରେ ମାର୍ସଲ ଆର୍ଟ ଶିଖିବା ପରେ ଭାରତ ଫେରି କିଛି ଛାତ୍ରଙ୍କୁ ମାର୍ସଲ ଆର୍ଟ ଶିଖାଇଲେ । ପ୍ରଥମେ ଅକ୍ଷୟ ମଡେଲିଂ କରି ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ ।

‘ତେରେ ମେରେ ସପନେ’ରେ ଡେବ୍ୟୁ କରିଥିବା ଚନ୍ଦ୍ରଚୂଡ ସିଂହ ଜଣେ ସଙ୍ଗୀତ ଶିକ୍ଷକ ଥିଲେ । ଡୁନ ସ୍କୁଲରେ ସଙ୍ଗୀତ ଶିଖାଉଥିଲେ ସେ । ବଲିଉଡରେ କମେଡିର ପରିଭାଷାରେ ପରିବର୍ତ୍ତନ ଆଣିଥିବା ହେଭି ଭଏସରେ ହସେଇପାରୁଥିବା କମେଡିଆନ କାଦର ଖାନ ମୁମ୍ବାଇର ଏମଏଚ ସାବୋ ସିଦିକ କଲେଜରେ ସିଭିଲ ଇଞ୍ଜିନିୟର୍ସଙ୍କୁ ପାଠ ପଢାଉଥିଲେ । 1970ରେ ବଲିଉଡରେ ଏଣ୍ଟ୍ରି କରିଥିଲେ କାଦର ଖାନ ।

ଅଭିନେତ୍ରୀ ନନ୍ଦିତା ଦାସ ଦିଲ୍ଲୀରୁ ମାଷ୍ଟର ଡିଗ୍ରୀ ସାରିବା ପରେ ପ୍ରଥମେ ଶିକ୍ଷକତା କରିଥିଲେ । ପରେ ଅଭିନୟ ଆଡକୁ ମନ ବଳାଇଥିଲେ । ସେ ପାଖାପାଖି 40ଟି ଫିଚର ଫିଲ୍ମ ଓ 10ଟି ଭାରତୀୟ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଅଭିନେତା ଅନୁପମ ଖେର ମଧ୍ୟ ଏକ ସ୍କୁଲରେ ଅଭିନୟ ଶିଖାଉଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.