ETV Bharat / sitara

ରବୀନାଙ୍କ ୟୁଟର୍ଣ୍ଣ, ଜାଏରାଙ୍କୁ କଲେ ସମର୍ଥନ

ପ୍ରଥମ ଟ୍ବିଟ କରି ଜାଏରାଙ୍କ ଉପରେ ରାଗିଥିବା ରବୀନା ବର୍ତ୍ତମାନ ଆଉ ଏକ ଟ୍ବିଟ କରି ତାଙ୍କୁ ସମର୍ଥନ କରିଛନ୍ତି । ଏହାସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

author img

By

Published : Jul 3, 2019, 2:44 PM IST

ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ନିକଟରେ 'ଦଙ୍ଗଲ' ଫେମ ଜାଏରା ୱାସିମ ବଲିଉଡ ଛାଡିବା ଉପରେ ଏକ କ୍ରୋଧଭରା ଟ୍ବିଟ କରି ଚର୍ଚ୍ଚାରେ ଆସିଥିଲେ । କିନ୍ତୁ ଏବେ ସେ ପୁରୁଣା ଟ୍ବିଟକୁ ଟ୍ବିଟରରୁ ଡିଲିଟ କରିଦେଇଛନ୍ତି । ଆଉ ନୂଆ ଟ୍ବିଟ କରି ଜାଏରାଙ୍କ ସମର୍ଥନ କରିଛନ୍ତି ।

ଏହାସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ଜଣେ ମୌଲବି ଜାଏରା ଓ କଶ୍ମୀରର 8ବର୍ଷର ଜଣେ କିକ-ବକ୍ସିଂ ଚମ୍ପିଆନ ତଜାମୁଲକୁ ନେଇ ଏହା କହୁଥିବାର ନଜର ଆସୁଛନ୍ତି ଯେ ଏହି ଯୁବପୀଢି ଇସଲାମ ସୀମା ବାହାରକୁ ଯାଇ କଶ୍ମୀରବାସୀଙ୍କ ପାଇଁ ଅପମାନଜନକ କାମ କରିଛନ୍ତି । ମୌଲବି ଜାଏରାଙ୍କୁ ସମର୍ଥନ କରୁଥିବା ତାଙ୍କ ପରିବାରକୁ ସମାଲୋଚନା କରିଛନ୍ତି ।

ରବୀନା ଏହି ଭିଡିଓ ସେୟାର କରି ଲେଖିଛନ୍ତି, "ଯଦି ଏହା ସତ କଥା ଏବଂ ଜାଏରାଙ୍କ ଇଣ୍ଡଷ୍ଟ୍ରୀ ଛାଡିବା କାରଣ ଏହି କଥା ତେବେ ଏହା ପାଇଁ ମୁଁ ଦୁଃଖିତ । କଣ ତାଙ୍କୁ ଏତେ ବଡ ପୋଷ୍ଟ ଲେଖିବା ପାଇଁ ବାଧ୍ୟ କରାଯାଇଥିଲା । ସେ ଅନେକ ଯୁବପୀଢି ପାଇଁ ପ୍ରେରଣା ଥିଲେ ।"

ଆଉ ଏକ ଟ୍ବିଟରେ ରବୀନା ଲେଖିଛନ୍ତି, "ଏହା ଦେଖିବା ପରେ ମୁଁ ଚାହୁଁଛି ଯେ ଭଗବାନ ତାଙ୍କୁ ସାହସ ଦିଅନ୍ତୁ । ବର୍ତ୍ତମାନ ମତେ ମୋ ପ୍ରଥମ ଟ୍ବିଟ ଉପରେ ଖରାପ ଲାଗୁଛି । ହୁଏତଃ ଜାଏରାଙ୍କୁ ଏହି ସବୁ ପାଇଁ ଫୋର୍ସ କରାଯାଇଛି । ଯାହାକୁ ମୋ ଭଳି କିଛି ଲୋକ ସ୍ବୀକାର କରୁନଥିବେ । ପ୍ରଥମ ଟ୍ବିଟକୁ ଡିଲିଟ କରୁଛି । ଯାହା ଏବେ ବହୁତ କଠୋର ଲାଗୁଛି ।"

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.