ETV Bharat / sitara

ଜାଏରାଙ୍କ ନିଷ୍ପତ୍ତିରେ ଖପ୍ପା ରବୀନା

ଜାଏରାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନେଇ ଗରମ ରବୀନା ଟଣ୍ଡନ । ସୋସିଆଲ ମିଡିଆରେ ପୋଷ୍ଟ କରି ରାଗ ଜାହିର କଲେ ରବୀନା ।

author img

By

Published : Jul 1, 2019, 4:41 PM IST

ଡିଜାଇନ ଫଟୋ

ମୁମ୍ବାଇ: 'ଦଙ୍ଗଲ' ଫିଲ୍ମ ଜରିଆରେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ଜାଏରା ୱାସୀମ ଫିଲ୍ମ ଦୁନିଆକୁ ଅଲବିଦା କହିଛନ୍ତି । ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ଫେସବୁକ ପୋଷ୍ଟ ଜରିଆରେ ଗତକାଲି ଦେଇଥିଲେ । ତାଙ୍କ ବଲିଉଡ ଛାଡିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନେତାଙ୍କୁ ଠାରୁ ନେଇ ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।

photo-1
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ରବୀନା ଟଣ୍ଡନ

ଅନ୍ୟପଟେ ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଜାଏରାଙ୍କ ନିଷ୍ପତ୍ତିରେ ଖପ୍ପା । ସେ ଏକ ଟ୍ବିଟ କରି ଲେଖିଛନ୍ତି, "ଏଥିରେ କୌଣସି ଫରକ ପଡୁନାହିଁ ଦୁଇଟି ଫିଲ୍ମ କରି, ପୁରୁଣା ଲୋକ ଏବଂ ତାଙ୍କୁ ସବୁକିଛି ଦେଇଥିବା ଇଣ୍ଡଷ୍ଟ୍ରି ପ୍ରତି ବିତୃଷ୍ଣାଭାବ ଦେଖାଇବା । ଯଦି ଇଣ୍ଡଷ୍ଟ୍ରି ଛାଡିବାର ଅଛି ଛାଡନ୍ତୁ ଆଉ ନିଜ ବିଚାରକୁ ନିଜ ପାଖରେ ରଖନ୍ତୁ । ମୁଁ କେବଳ ଏତିକି ଆଶା କରୁଛି ସେ ସମ୍ମାନ ସହ ଇଣ୍ଡଷ୍ଟ୍ରି ଛାଡି ଚାଲିଯାଆନ୍ତୁ ।"

ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, "ମୁଁ ମୋ ଇଣ୍ଡଷ୍ଟ୍ରିକୁ ପ୍ରେମ କରୁଛି ଏବଂ ଏହି ଇଣ୍ଡଷ୍ଟ୍ରି ସମସ୍ତଙ୍କୁ ସୁଯୋଗ ଦେଇଥାଏ । ଇଣ୍ଡଷ୍ଟ୍ରି ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ । କିନ୍ତୁ ଏହାପାଇଁ କାହାରିକୁ ବଦନାମ କରନାହିଁ । ଏଠାରେ କାନ୍ଧରେ କାନ୍ଧ ମିଶାଇ, ଧର୍ମ, ଜାତି ଏବଂ ଆପଣ କେଉଁଠାରୁ ଆସୁଛନ୍ତି ଉପରେ ବିନା ଭେଦଭାବରେ କାମ କରୁଛନ୍ତି ସମସ୍ତେ ।"

ରବୀନାଙ୍କ ପୋଷ୍ଟରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଜାଏରା କହୁଛନ୍ତି କି ଅଭିନୟ ପାଇଁ ତାଙ୍କ ଆଉ ଆଲ୍ଲାହଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଉଛି । ତେବେ ଏହାପରେ ସେ ଏବେ ଟଙ୍କା ଏବଂ ଆୱାର୍ଡ ଫେରାଇ ଦେବା କଥା ଯାହା ତାଙ୍କୁ ଇଣ୍ଡଷ୍ଟ୍ରିରୁ ମିଳିଛି ।"

Intro:Body:

FFF

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.