ହାଇଦ୍ରାବାଦ: ବଲିଉଡ ଅଭିନେତା ଋଷି କପୁର ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । କ୍ୟାନ୍ସରରୁ ମୁକ୍ତ ଋିଷି କପୁର ଖୁବ ଶୀଘ୍ର ଭାରତ ଫେରିବେ ମାତ୍ର ଏହା ପୂର୍ବରୁ ପରିବାର ସହ ଦିବା ଭୋଜନର ମଜା ନେଇଥିଲେ ଋିଷି । ତାଙ୍କ ସହ ସାମିଲ ହୋଇଥିଲେ ପୁଅ ରଣବୀର କପୁର । ନିଜ ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି ପରିବାର ସହ ବିତାଇଛନ୍ତି ରଣବୀର ।
ତେବେ ରଣବୀରଙ୍କ ପରିବାର ସହ ଅତି ନିକଟତର ଥିବା ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିନଥିଲା । ନ୍ୟୁୟର୍କରେ ଋିଷିଙ୍କୁ ଦେଖା କରିବାକୁ ଅନେକ ସେଲିବ୍ରିଟି ଯାଇଥିଲେ । ରଣବୀରଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ପ୍ରାୟ ସମୟରେ ଯିବା ଆସିବା କରନ୍ତି । ମାତ୍ର ନିକଟରେ ଯାଇଥିବା ଦିବା ଭୋଜନରେ ଆଲିଆଙ୍କୁ ଦେଖିବାକୁ ମିଳିନଥିଲା ।
ଋିଷିଙ୍କ ପତ୍ନୀ ନିତୁ କପୁର ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଅନ୍ୟପକ୍ଷେ ଋିଷିଙ୍କ ଝିଅ ରିଧିମା କପୁର ମଧ୍ୟ ଏହି ସମୟର କିଛି ଫଟୋ ସେୟାର କରିଛନ୍ତି । ପ୍ରକାଶଥାଉକି, ଋିଷି ଓ ନିତୁ କପୁର ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭାରତ ଫେରିପାରନ୍ତି । ତେବେ ଭାରତ ଫେରିବା କ୍ଷଣି ଋିଷି କପୁର ଜୁହି ଚାୱଲାଙ୍କ ସହ ତାଙ୍କ ଆଗାମୀ ଫିଲ୍ମରେ ବ୍ୟସ୍ତ ହୋଇଯିବେ । ଅନ୍ୟପକ୍ଷେ ରଣବୀର ଓ ଆଲିଆ ଏବେ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ।