ETV Bharat / sitara

Shirtless ଫଟୋ ସେୟାର କଲେ ରଣବୀର, ଏମିତି କମେଣ୍ଟ କଲେ ଅଭିନେତ୍ରୀ ପୂଜା

author img

By

Published : Oct 16, 2021, 5:32 PM IST

ଟେଲିଭିଜନରେ ଡେବ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ଏକ ସର୍ଟଲେସ ଫଟୋ ସେୟାର କଲେ ବଲିଉଡ଼ ଆକ୍ଟର ରଣବୀର ସିଂ । ଏଥିରେ ଏମିତି ମଜାଳିଆ କମେଣ୍ଟ କଲେ ଲିଡି଼ଂ ଲେଡ଼ି ଅଭିନେତ୍ରୀ ପୂଜା ହେଗଡ଼େ । ଅଧିକ ପଢନ୍ତୁ...

Shirtless ଫଟୋ ସେୟାର କଲେ ରଣବୀର, ଏମିତି କମେଣ୍ଟ କଲେ ଅଭିନେତ୍ରୀ ପୂଜା
Shirtless ଫଟୋ ସେୟାର କଲେ ରଣବୀର, ଏମିତି କମେଣ୍ଟ କଲେ ଅଭିନେତ୍ରୀ ପୂଜା

ମୁମ୍ବାଇ: ଟେଲିଭିଜନରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ଼ ଆକ୍ଟର ରଣବୀର ସିଂ । ଅଭିନେତା ଏକ କ୍ବିଜ ଶୋ' 'ଦି ବିଗ ପିକ୍ଚର'ରେ ଜରିଆରେ ଆଜି(ଶନିବାର)ଠୁ ଡେବ୍ୟୁ କରିବାକୁ ଥିବା ବେଳେ ଏକ ସର୍ଟଲେସ ବା ନିଜ ବଡି ଦେଖାଇ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଣବୀରଙ୍କ 'Cirkus' ଫିଲ୍ମର ଲିଡ଼ିଂ ଲେଡ଼ି ପୂଜା ହେଗଡ଼େ କରିଛନ୍ତି କିଛି ମଜାଳିଆ କମେଣ୍ଟ ।

ରଣବୀର ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, " ରଣବୀର କେ ପଶିନେ କ୍ୟୋଁ ଛୁଟ୍‌ ରହେ ହେଁ...A-ୱୋ ଅଭି ଅଭି ଷ୍ଟିମ ରୁମ ସେ ନିକଲେ ହେଁ, B- ଉନକା ଆଜ ରାତ୍‌ ଟେଲିଭିଜନ ଡେବ୍ୟୁ ହେ, C- ଉନକି ଜିସମାନି ଗର୍ମି ଜ୍ୟାଦା ହେ, D- ୱୋ ହଟ୍‌ ୟୋଗା କା ପ୍ରୟାସ କର ରହେ ହେଁ । " ବିନା ସାର୍ଟରେ ଫଟୋ ସେୟାର କରି କ୍ୟାପସନରେ ଏମିତି ଲେଖିଛନ୍ତି ରଣବୀର । ଏଥିରେ ରଣବୀର ଖୁବ ହଟ୍‌ ଲାଗୁଛନ୍ତି । ରଣବୀର ଏହି ଫଟୋ ସେୟାର କରିବା ପରେ ଏଥିରେ ଫ୍ୟାନ୍ସମାନେ ଫାୟାର ଇମୋଜି ସହିତ ଅନେକ କମେଣ୍ଟ୍ସ କରିଛନ୍ତି ।

ସେଲିବ୍ରିଟିଙ୍କ ମଧ୍ୟରେ ରେମୋ ଡି'ସୁଜା, ଡିନୋ ମୋରେୟା, ଗୁଲସନ ଦେଭେୟା ଓ ଅନେକ ଅଭିନେତା ତାଙ୍କ ଫିଟ୍‌ ବଡ଼ିର ପ୍ରଶଂସା କରିଛନ୍ତି । ଏମାନଙ୍କ ମଧ୍ୟରେ ଅଭିନେତ୍ରୀ ପୂଜା ମଧ୍ୟ କମେଣ୍ଟସ ଦେଇଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପୂଜା ଏଥିରେ ଲେଖିଛନ୍ତି ଯେ, " ଟୱେଲ ଗିର ରହା ହେ, ପମ୍ମି ! ଧ୍ୟାନ ରଖନା" ଅର୍ଥାତ ତଉଲିଆ ଖସିପଡୁଛି ପମ୍ମି, ଧ୍ୟାନ ରଖ । ପୂଜାଙ୍କ ଏହି ମଜାଳିଆ କମେଣ୍ଟ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି ।

ପୂଜା ଓ ରଣବୀର ଆଗକୁ 'ସର୍କସ' ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଏଥିରେ ରୋହିତ ସେଟ୍ଟୀ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଦୁଇଟି ରୋଲ ବା ଡବଲ ରୋଲ ପ୍ଲେ କରିବେ ରଣବୀର । ଅନ୍ୟ କଳାକାର ଭାବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ବରୁନ ଶର୍ମା, ଜନି ଲିଭର, ସଞ୍ଜୟ ମିଶ୍ରା, ସିଦ୍ଧାର୍ଥ ଜାଦବ ଓ ଭର୍ଜିସ ହିର୍ଜି ପ୍ରମୁଖ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.