ETV Bharat / sitara

ପତ୍ନୀଙ୍କ ବିଲ୍ଡିଂରେ ଭଡାରେ ରହିଲେ ରଣବୀର - ରଣବୀର ସିଂଙ୍କ ନୂଆ ଫ୍ଲାଟ

ଗୋଟିଏ ଫ୍ଲାଟକୁ ନେଇ ଚର୍ଚ୍ଚାରେ ପଦ୍ମାବତୀ ଓ ଖିଲଜୀ । ପତ୍ନୀଙ୍କ ବିଲ୍ଡିଂରେ ଘର ଭଡା ନେଇ ଚର୍ଚ୍ଚାରେ ରଣବୀର ।

ranveer singh
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ
author img

By

Published : Jan 2, 2020, 7:32 PM IST

Updated : Jan 3, 2020, 8:14 AM IST

ମୁମ୍ବାଇ: ବି-ଟାଉନର ହଟ୍ କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ ପୁଣିଥରେ ଚର୍ଚ୍ଚାରେ । ଏଥର ଏହି ଯୋଡି କୌଣସି ଫିଲ୍ମ କିମ୍ବା କୌଣସି ଭିଡିଓ ପାଇଁ ଚର୍ଚ୍ଚାରେ ଆସିନାହାଁନ୍ତି । ବରଂ ଏକ ଫ୍ଲାଟକୁ ନେଇ ଚର୍ଚ୍ଚା ଚାଲିଛି ଦୁଇଜଣଙ୍କର ।

କଥାଟି ହେଲା ଯେ ଦୀପିକାଙ୍କ ଘର ମୁମ୍ବାଇର ପ୍ରଭାଦେବୀ ସ୍ଥିତ ବ୍ୟୁମୋଡ ଟାୱାରରେ । 33 ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ଦୀପିକାଙ୍କ ଘର 26ତମ ଫ୍ଲୋରରେ ରହିଛି। ଆଉ ଏବେ ଏହି ବିଲ୍ଡିଂରେ ରଣବୀର 14ତମ ଫ୍ଲୋରରେ ଏକ ଫ୍ଲାଟ ନେଇଛନ୍ତି ।

ରଣବୀର ଏହି ଘର 3 ବର୍ଷ ପାଇଁ ଭଡାରେ ନେଇଛନ୍ତି । ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ ରଣବୀର 7 ଲକ୍ଷ 25 ହଜାର ଟଙ୍କା ମାସକୁ ଭଡା ଦେବେ । ଆଉ ଏହାର ତୃତୀୟ ବର୍ଷରେ 7 ଲକ୍ଷ 97 ହଜାର ତଥା ପାଖାପାଖି 8 ଲକ୍ଷ ଟଙ୍କା ଭଡା ଦେବେ ।

ପ୍ରକାଶ ଥାଉକି ରଣବୀରଙ୍କ ଏହି ଘରେ ତାଙ୍କ ମାତା-ପିତା ମଧ୍ୟ ରହିବେ । କାରଣ ରେଣ୍ଟ ରେଜିଷ୍ଟ୍ରେଶନରେ ରଣବୀରଙ୍କ ପିତା ଜଗଜୀତ ସିଂ ଭାବନାନୀଙ୍କ ନାମ ରଖାଯାଇଛି । ଏହାର ଡିପୋଜିଟ ଆମାଉଣ୍ଟ ପାଖାପାଖି 45 ଲକ୍ଷ ଟଙ୍କା । ଏହି ବିଲ୍ଡିଂରେ ରଣବୀରଙ୍କୁ 2ଟି କାର ପାର୍କିଂ ମିଳିଛି ।

Intro:Body:

blank

Conclusion:
Last Updated : Jan 3, 2020, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.