ହାଇଦ୍ରାବାଦ: ଦୀପିକା ପାଦୁକୋନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗେହରାଇୟାଁ' କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ସମସ୍ତ ଗୀତ ସୋସିଆଲ ମିଡିଆରେ ଧୁମ ମଚାଉଛି । ଏଭଳି ପରିସ୍ଥିତିରେ ରଣବୀର ସିଂଙ୍କୁ ମଧ୍ୟ 'ଗେହରାଇୟାଁ 'ର ଗୀତରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ନିକଟରେ ରଣବୀର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦୀପିକାଙ୍କ ସହ ନଜର ଆସିଛନ୍ତି। ଭିଡିଓରେ, ବେକାବୁ ଫିଲ୍ମର ନୂଆ ଗୀତରେ ଦୁହେଁ କାର ଭିତରେ ଜୋରଦାର ମସ୍ତି କରିବା ସହ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ତେବେ କେବଳ ରିୟଲରେ ନୁହେଁ, ରିଲରେ ମଧ୍ୟ ସବୁ ସୀମା ଟପିଛନ୍ତି ଦୀପିକା ପାଦୁକୋନ୍ । ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ତାଙ୍କର ଅନେକ କିସିଂ ସିନ ଏଥିରେ ରହିଛି। 2 ମିନିଟ 20 ସେକେଣ୍ଡର ଏହି 'ବେକାବୁ' ଗୀତ ଗାଇଛନ୍ତି ସବେରା ଏବଂ ଶାଲମଲୀ ଖୋଲଗଡେ।
ଫିଲ୍ମ ଗେହରାଇୟାଁ 11 ଫେବୃଆରୀରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ । ଏଥି ସହିତ ଦୀପିକାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଧୈର୍ଯ୍ୟ କାରବା ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥି ସହିତ ଗତକାଲି ରାତିରେ ମୁମ୍ବାଇରେ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଫିଲ୍ମର ଷ୍ଟାର କାଷ୍ଟ ବ୍ୟତୀତ ଅନେକ ବଲିଉଡ ସେଲିବ୍ରେଟ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ