ETV Bharat / sitara

ପାକିସ୍ତାନୀ ଫ୍ୟାନଙ୍କୁ ସାନ୍ତ୍ବନା ଦେଲେ ରଣବୀର

ଭାରତର ସାନଦାର ବିଜୟ ପରେ ଖୁସି ମନାଉଛନ୍ତି ଭାରତୀୟ ଫ୍ୟାନ୍ସ । ମାତ୍ର ଏପଟେ ପାକିସ୍ତାନୀ ଫ୍ୟାନ୍ସଙ୍କ ରାଗ ଶୀର୍ଷରେ । ତେବେ ଏ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ସାନ୍ତ୍ବନା ଦେଇଛନ୍ତି ବଲିଉଡ ବାଜିରାଓ ।

author img

By

Published : Jun 19, 2019, 12:31 PM IST

ଫଟୋ ସୌଜନ୍ୟ: ଟ୍ବିଟର/@AatifNawaz

ହାଇଦ୍ରାବାଦ: ଭାରତ-ପାକିସ୍ତାନ ମ୍ୟାଚ ଯେତିକି ରୋଚକମୟ ଥିଲା, ସେତିକି ଉତ୍ସାହପୂର୍ଣ୍ଣ ଥିଲା ରଣବୀରଙ୍କ କମେଣ୍ଟ । ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ରଣବୀର କାଫି ମସ୍ତି କରିଥିଲେ । ଭାରତୀୟ ଖେଳାଳୀଙ୍କ ସହ ରଣବୀର ଖୁବ ମସ୍ତି କରିଥିବାର ଭିଡିଓ ଭାଇରାଲ ହେବାର ଲାଗିଛି । ଗ୍ରାଉଣ୍ଡରେ ବିରାଟ ଓ ରଣବୀରଙ୍କ ଫଟୋ କାଫି ଭାଇରାଲ ହୋଇଥିଲା ଓ ଫ୍ୟାନ୍ସ ମଧ୍ୟ ଖୁବ ପସନ୍ଦ କରିଥିଲେ । ଏହାଛଡା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ପାକିସ୍ତାନୀ ଫ୍ୟାନ ଓ ରଣବୀରଙ୍କ ଏକ ଭିଡିଓ ।

ପାକିସ୍ତାନ ମ୍ୟାଚ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କ ବିଭିନ୍ନ ହରକତ ସାମ୍ନାକୁ ଆସିଛି । କିଏ ଟିଭି ଭାଙ୍ଗି କଚାଡିଲାଣି ତ' କିଏ ଖେଳାଳୀଙ୍କୁ ଗାଳି କଲାଣି । ତେବେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଜଣେ ପାକିସ୍ତାନୀ ଫ୍ୟାନଙ୍କୁ ସାନ୍ତ୍ବନା ଦେଇଥିଲେ ରଣବୀର ସିଂହ । ପାକିସ୍ତାନୀ ଫ୍ୟାନଙ୍କୁ ହଗ୍ କରି ଆଗକୁ ପାକିସ୍ତାନ ଭଲ ଖେଳିବ ବୋଲି କହିଥିଲେ ରଣବୀର ।

ଭିଡିଓ ସୌଜନ୍ୟ: ଟ୍ବିଟର/@AatifNawaz

ଏହାପରେ ଫ୍ୟାନ ଜଣକ ନିଜ ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଭାରତୀୟ ଫ୍ୟାନ୍ସ ଭଲ ବୋଲି ଲେଖିଥିଲେ । ତେବେ ପାକିସ୍ତାନୀ ଫ୍ୟାନ ଜଣକ ହେଲେ ଇଂଲଣ୍ଡର ବାସିନ୍ଦା ଆତିଫ ନୱାଜ । ତେବେ ରଣବୀର ସିଂହ ଆଗକୁ ଫିଲ୍ମ ‘83’କୁ ନେଇ ପରଦାକୁ ଆସୁଛନ୍ତି । ଏଥିରେ 1983ରେ ଭାରତର ପ୍ରଥମ ବିଶ୍ବକପ ବିଜୟ ବିଷୟରେ ଚିତ୍ରଣ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.