ETV Bharat / sitara

ମିଛ ଥିଲା ରାନୁଙ୍କୁ ସଲମାନଙ୍କ ଫ୍ଲାଟ ଭେଟି

ସୋସିଆଲ ମିଡିଆ ସେନସେସନଙ୍କୁ ଭାଇଜାନ 55ଲକ୍ଷର ଫ୍ଲାଟ ଦେବାକୁ ଖବରକୁ ଖଣ୍ଡନ କଲେ ରାନୁ ମଣ୍ଡଲ ।

author img

By

Published : Sep 15, 2019, 12:40 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ରେଳ ଷ୍ଟେସନରୁ ବଲିଉଡରେ ଗୀତ ଗାଇବା ପରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଚର୍ଚ୍ଚା ଏପରି ବି ଥିଲା ଭାଇଜାନ ତାଙ୍କୁ କୁଆଡେ 55 ଲକ୍ଷର ଫ୍ଲାଟ ଯୋଗେଇ ଦେଇଥିଲେ । ଯାହାର ପର୍ଦ୍ଦାଫାସ କରିଛନ୍ତି ସୋସିଆଲ ମିଡିଆର ସେନସେସନ ରାନୁ ମଣ୍ଡଳ । ବଲିଉଡ ସୁପରଷ୍ଟାର ସଲମାନ ଖାନ ଦେଇନାହାଁନ୍ତି କୌଣସି ଫ୍ଲାଟ । ଯଦି ସେ ଘର ଦେଇଥାନ୍ତି, ତେବେ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିଥାନ୍ତେ ବୋଲି ରାନୁ କହିଛନ୍ତି । ଏଭଳି ଖବର ସେ ଶୁଣିଥିଲେ ମଧ୍ୟ ବିଶ୍ବାସ କରିନଥିଲେ ।

ଏଥିସହ ସେ ଆହୁରି କହିଛନ୍ତି, ଜଣେ ଗାୟିକା ହିସାବରେ ସେ କାହାକୁ ସାହାଯ୍ୟ ମାଗିନାହାନ୍ତି କି ଆଗକୁ ମଧ୍ୟ ସଲମାନଙ୍କ ଖାନ ଠାରୁ ମାଗିବେ ନାହିଁ । ଜଣେ ଗାୟିକା ଭାବେ ହିମେଶ ରେସମିଆ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ମଣ୍ଡଲ ।

ରେଳ ଷ୍ଟେସନରୁ ବଲିଉଡରେ ଗୀତ ଗାଇବା ପରେ ବିଭିନ୍ନ ଚର୍ଚ୍ଚାରେ ରହିଆସିଛନ୍ତି ରାନୁ ମଣ୍ଡଳ । ଚର୍ଚ୍ଚା ଏପରି ବି ଥିଲା ଭାଇଜାନ ତାଙ୍କୁ କୁଆଡେ 55 ଲକ୍ଷର ଫ୍ଲାଟ ଯୋଗେଇ ଦେଇଥିଲେ । ଯାହାର ସତ୍ୟାସତ୍ୟ କହିଛନ୍ତି ରାନୁ ମଣ୍ଡଲ ।

ସୂଚନାଯୋଗ୍ୟ, ରାନୁଙ୍କୁ ନେଇ କୋକିଳ କଣ୍ଠୀ ଲତା ମଙ୍ଗେସ୍କରଙ୍କୁ ପଚାରାଯାଇଥିଲା । ଯେଉଁଥିରେ ସେ କହିଥିଲେ ଯଦି ତାଙ୍କ କାମରେ କାହାର ଭଲ ହେଉଛି ତେବେ ସେ ନିଜକୁ ଭାଗ୍ୟବାନ ଭାବନ୍ତି । କିନ୍ତୁ ସଫଳତା ନିଜ ଚେଷ୍ଟାରେ ହୋଇଥାଏ ନକଲରେ ନୁହେଁ ବୋଲି ମଙ୍ଗେସ୍କର କହିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.