ETV Bharat / sitara

ରାନୁଙ୍କ ସହ ହିମେଶଙ୍କ ତୃତୀୟ ଗୀତ, ଆସିଲା ଟିଜର

‘ଆ ଆ ଆଶିକୀ ମେଂ ତେରି’ ଗୀତକୁ ରାନୁଙ୍କ କଣ୍ଠରେ ଶୁଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଜାରି ହୋଇଯାଇଛି ଏହାର ଟିଜର ଭିଡିଓ । ପୁଣି ହିମେଶଙ୍କ ସହ ନଜର ଆସିଲେ ରାନୁ ।

author img

By

Published : Sep 3, 2019, 9:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା

ମୁମ୍ବାଇ: ଇଣ୍ଟରନେଟ ଷ୍ଟାର ରାନୁ ମଣ୍ଡଲଙ୍କ କ୍ରେଜ ଖୁବ୍ ବେଗରେ ଦର୍ଶକଙ୍କ ମଧ୍ୟରେ ବଢୁଥିବା ଦେଖି ଲୋକପ୍ରିୟ ସଙ୍ଗୀତକାର ହିମେଶ ରେଶମିୟା ତାଙ୍କ ସହ ଆଉ ଏକ ଗୀତ ରେକର୍ଡ କରିଛନ୍ତି । ‘ତେରି ମେରି’ ଇଣ୍ଟରନେଟରେ ସୁପରହିଟ୍ ହେଲା ପରେ ଏବେ ରାନୁଙ୍କ ସହ ହିମେଶ 2006ର ରିଲିଜ ହୋଇଥିବା ‘ଚାଇନ ଟାଉନ’ର ପପୁଲାର ଗୀତ ‘ଆ ଆ ଆଶିକୀ ମେଂ ତେରି’ ମଧ୍ୟ ଗାଇଛନ୍ତି । ଫିଲ୍ମର ଏହି ଗୀତଟିକୁ ହିମେଶ ହିଁ ଗାଇଥିଲେ । ଯାହାକୁ ସେ ରାନୁଙ୍କ ସହ ରିକ୍ରିଏଟ କରିଛନ୍ତି ।

ଏବେ ଏହି ଗୀତର ଲେଟେଷ୍ଟ ଭର୍ସନ ଆପଣଙ୍କୁ ରାନୁଙ୍କ କଣ୍ଠରେ ଶୁଣିବାକୁ ମିଳିବ । ଗୀତର ଟିଜର ଭିଡିଓ ହିମେଶ ନିଜ ଇନଷ୍ଟାଗ୍ରାମରେ ସୋମବାର ସେୟାର କରିଥିଲେ । ସୋସିଆଲ ମିଡିଆରେ ପୁଣିଥରେ ରାନୁଙ୍କ ଏହି ଗୀତ କମାଲ ସୃଷ୍ଟି କରିଛି ।

ଏହି ଛୋଟ ଭିଡିଓରେ ରାନୁଙ୍କ କଣ୍ଠ ଶୁଣି ଦର୍ଶକ ପୁରା ଗୀତ ଶୁଣିବା ପାଇଁ ଉତ୍ସାହିତ ହୋଇଗଲେଣି । ମାତ୍ର 16 ଘଣ୍ଟା ମଧ୍ୟରେ ଏହି ଭିଡିଓକୁ 2 ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଆପଣ ମଧ୍ୟ ଦେଖନ୍ତୁ ଏହି ଗୀତ...

ପ୍ରକାଶ ଥାଉକି ଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କ ଗୋଟିଏ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇ ତାଙ୍କୁ ଆଜି ବଲିଉଡର ଷ୍ଟାର ସଜାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.