ETV Bharat / sitara

ରାନୁଙ୍କ ମେକଅପ ଫଟୋ ପ୍ରସଙ୍ଗ, ମୁହଁ ଖୋଲିଲେ ମେକଅପ ଆର୍ଟିଷ୍ଟ

କିଛି ଦିନ ହେବ ସୋସିଆଲ ମିଡିଆରେ ରାନୁ ମଣ୍ଡଲଙ୍କ ଚର୍ଚ୍ଚା ଖୁବ୍ ଚାଲିଛି । ଏଥର କୌଣସି ଗୀତକୁ ନେଇ ନୁହେଁ ବରଂ ତାଙ୍କ ମେକଅପ ଫଟୋକୁ ନେଇ । ଯାହା ପାଇଁ ତାଙ୍କୁ ଟ୍ରୋଲର୍ସଙ୍କ ସାମ୍ନା ମଧ୍ୟ କରିବାକୁ ପଡିଥିଲା । ଏବେ ତାଙ୍କ ସମର୍ଥନରେ ଆସିଲେ ମେକଅପ ଆର୍ଟିଷ୍ଟ ସନ୍ଧ୍ୟା ।

author img

By

Published : Nov 21, 2019, 8:50 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଧ୍ୟା

ମୁମ୍ବାଇ: ଗୋଟିଏ ଗୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାରେ ଆସିଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ତାଙ୍କ କଣ୍ଠରେ ଫିଦା ହୋଇ ବି-ଟାଉନର ଫେମସ ସଙ୍ଗୀତକାର, ଅଭିନେତା ହିମେଶ ରେଶମିୟା ବଲିଉଡରେ ତାଙ୍କୁ ଗୀତ ଗାଇବାକୁ ଅଫର ଦେଇଥିଲେ । ଯାହାପରେ ରାତାରାତି ଛାଇ ଯାଇଥିଲେ ରାନୁ । ଏହା ବ୍ୟତୀତ ରାନୁଙ୍କୁ ନିକଟରେ ରାମ୍ପ ୱାକ କରୁଥିବାର ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ତାଙ୍କ ମେକଅପ ଫଟୋ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ନିକଟରେ ସୋସିଆଲ ମିଡିଆରେ ତାଙ୍କ ମେକଅପ ଫଟୋକୁ ନେଇ ଖୁବ୍ ଟ୍ରୋଲ କରାଯାଇଥିଲା । ରାନୁଙ୍କ ସେହି ଫଟୋ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । ଇତିମଧ୍ୟରେ ତାଙ୍କ ସମର୍ଥନରେ ତାଙ୍କ ମେକଅପ ଆର୍ଟିଷ୍ଟ ସନ୍ଧ୍ୟା ସାମ୍ନାକୁ ଆସିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଯେ ରାନୁଙ୍କ ଭାଇରାଲ ହୋଇଥିବା ମେକଅପ ଫଟୋ ଏକଦମ ଫେକ ବୋଲି ।

ରାନୁଙ୍କ ଓରିଜିନାଲ ଏବଂ ଫେକ ଫଟୋ ସେୟାର କରି ସନ୍ଧ୍ୟା ଲେଖିଛନ୍ତି, ‘ଆପଣ ଆମ ଦ୍ବାରା କରାଯାଇଥିବା କାମ ଏବଂ ଫେମ ଫଟୋରେ ସ୍ପଷ୍ଟ ଭାବେ ପାର୍ଥକ୍ୟ ଦେଖିପାରିଥିବେ । ଫଟୋ ସହ ଏଡିଟ କରାଯାଇଛି । ସବୁ ମଜାକ ଓ ଟ୍ରୋଲ ଠିକ୍ ଅଛି । ଯାହା ଉପରେ ଆମକୁ ମଧ୍ୟ ହସଛୁ । କିନ୍ତୁ କାହାରି ଭାବନାକୁ ଆହତ କରିବା ଆଦୌ ଠିକ୍ କଥା ନୁହେଁ । ଆମେ ଆଶା କରୁଛି ଯେ ଆପଣ ମାନେ ଖୁବଶୀଘ୍ର ବାସ୍ତବ କଥା ବୁଝିପାରିବେ । ଆଉ କଣ ସତ, ମିଛ ନିହାତି ଜାଣିପାରିବେ ।’

ପ୍ରକାଶ ଥାଉକି ନିକଟରେ ମଧ୍ୟ ରାନୁ ଜଣେ ଫ୍ୟାନଙ୍କ ସହ ର୍ଦୁବ୍ୟବହାର କରିବାକୁ ନେଇ ଚର୍ଚ୍ଚାରେ ଆସିଥିଲେ । ଯାହା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା ।

Intro:Body:

LIPINA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.