ମୁମ୍ବାଇ: ଦକ୍ଷତାକୁ ଯଦି ସୁଯୋଗ ମିଳେ ତେବେ ଦୁନିଆରେ ସବୁ ଅସମ୍ଭବକୁ ସମ୍ଭବ କରିପାରେ । ଏମିତି ହି ଉଦାହରଣ ସାବ୍ୟସ୍ତ କରିଛନ୍ତି ଷ୍ଟେସନ ଗାୟିକା ରାନୁ ମଣ୍ଡଲ । ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ତାଙ୍କୁ ରାତାରାତି ବଲିଉଡର ଷ୍ଟାର ସଜାଇଦେଇଥିଲା । ଆଉ ଧିରେ ଧିରେ ସେ ସଫଳତା ସିଡି ଚଢିବାରେ ଲାଗିଛନ୍ତି । ଏବେ ତାଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ଆଜ୍ଞା ହଁ, ତାଙ୍କ କଣ୍ଠରୁ ହିନ୍ଦୀ ଗୀତ ଶୁଣି ଖୁବ୍ ଖୁସି ହୋଇଥିଲେ ଦର୍ଶକ । କିନ୍ତୁ ଏବେ ତାଙ୍କ କଣ୍ଠରେ ମାଲାୟଲମ ଗୀତ ମଧ୍ୟ ଶୁଣିବାକୁ ମିଳୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଭିଡିଓ ଭାଇରାଲ ହୋଇଛି । । ଯେଉଁଥିରେ ସେ ଏକ ରିୟାଲିଟି ଶୋରେ ସୁପରହିଟ୍ ମଲାୟାଲମ ଗୀତ ଗାଉଥିବାର ଦେଖାଯାଉଛନ୍ତି । ପ୍ରଥମ ଭିଡିଓରେ ସେ ମାଲାୟଲମ ଗୀତଟିକୁ କାଗଜରେ ଲେଖି ଗାଉଛନ୍ତି ।
ସେହିପରି ଦ୍ବିତୀୟ ଭିଡିଓରେ ସେ ଫେମସ କେରଳୀ ଗାୟିକାଙ୍କ ସହ ଗୀତ ଗାଉଥିବାର ନଜର ଆସୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ରାନୁଙ୍କ ମାଲାୟଲମ ଗୀତ ଭିଡିଓ...
- View this post on Instagram
#welcome @ranumondal.offical #asianet #asianetnews #love #support #india#comedystars
">
ପ୍ରକାଶ ଥାଉକି ନିକଟରେ ରାନୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ । ତାଙ୍କ ମେକଅପ ଏବଂ ଡ୍ରେସିଂ ସେନ୍ସକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ ।