ମୁମ୍ବାଇ: ଦୀପିକା ପାଦୁକୋନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଛପାକ’କୁ ନେଇ ଚର୍ଚ୍ଚାରେ । କିଛି ଦିନ ହେବ ଫିଲ୍ମକୁ ନେଇ ଅନେକ ବିବାଦ ଦେଖା ଦେଇସାରିଲାଣି । ହେଲେ ଫିଲ୍ମ ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ଜଣେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂଘର୍ଷମୟ କାହାଣୀକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ଫିଲ୍ମର କାହାଣୀକୁ ସବୁ ମହଲରେ ପସନ୍ଦ କରାଯାଉଛି । ଇତିମଧ୍ୟରେ ଫେମସ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ନିଜ ଦୁଃଖ ସେୟାର କରିଛନ୍ତି । ସେ ମଧ୍ୟ ଏସିଡ ପୀଡିତା ରହିସାରିଛନ୍ତି । ଯାହାର ଦୁଃଖ, କଷ୍ଟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘ମୋ ଉପରୁ ଏସିଡ ପିଙ୍ଗିଥିବା ବ୍ୟକ୍ତି ନାମ ହେଲା ଅଭିନାଶ ଶର୍ମା । ସେହି ସମୟରେ ମୁଁ କଲେଜରେ ପାଠ ପଢୁଥିଲି । ଯେତେବେଳେ ମତେ ଜଣେ ପୁଅ ପ୍ରପୋଜ କରିଥିଲା । ମୁଁ ସେହି ପୁଅକୁ ପ୍ରେମ କରୁନଥିଲି । ଯାହାପାଇଁ ମୁଁ ତାକୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲି । ହେଲେ ସବୁବେଳେ ଆଉ ସମସ୍ତଙ୍କୁ ସେ ବୁଲିବୁଲି କହୁଥିଲା ମତେ ବିବାହ କରିବ ବୋଲି ।’
‘ଆଉ ଯେତେବେଳେ ମୋ ମାତା-ପିତା ଜଣେ ଏୟରଫୋର୍ସ ଅଫିସର ସହ ମୋ ନିର୍ବନ୍ଧ କରିଦେଇଥିଲେ । ସେହିସମୟରେ ଅଭିନାଶ ମତେ ବିବାହ କରିବାର ଜିଦ ଧରିବସିଥିଲେ । ମୁଁ ତାଙ୍କୁ ବିରୋଧ କରିବାକୁ ସେ ମୋ ଉପରକୁ ଏସିଡ ପିଙ୍ଗିବାର ଧମକ ଦେଇଥିଲେ । ହେଲେ ତା ଧମକ ଉପରେ ମୁଁ ଧ୍ୟାନ ଦେଇନଥିଲି । ନା ଏକଥା ମୁଁ ମୋ ମାତା-ପିତାଙ୍କୁ କହିଥିଲେ ନା ପୋଲିସରେ ଅଭିଯୋଗ କରିଥିଲି । ଯାହା ମୋ ଜୀବନର ସବୁଠାରୁ ବଡ ଭୁଲ ଖିଲା । ଆଉ ଗୋଟିଏ ସେକେଣ୍ଡ ମଧ୍ୟରେ ମୋ ଉପରେ ସେହି ପୁଅ ଏସିଡ ପକାଇ ଛପାକ କରିଥିଲେ । ଯାହାର ଯନ୍ତ୍ରଣା ଆଜି ମଧ୍ୟ ମୋ ହୃଦୟରେ ଅଛି’ ବୋଲି ଟ୍ବିଟରେ ଲେଖିଛନ୍ତି ରଙ୍ଗୋଲୀ ।