ମୁମ୍ବାଇ: ଗତ ମାସ 30 ତାରିଖରେ ଦୁନିଆ ଛାଡି ଚାଲିଯାଇଥିଲେ ବିଶିଷ୍ଟ ଅଭିନେତା ଋଷି କପୁର । ବର୍ତ୍ତମାନ ତାଙ୍କ ପରିବାର, ବନ୍ଧୁବାନ୍ଧବ ତାଙ୍କୁ ଖୁବ ମିସ କରୁଛନ୍ତି । ଯାହା ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି । କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂ ଏକ ଇମୋଶନାଲ ପୋଷ୍ଟ ସେୟାର କରି ସ୍ବାମୀଙ୍କୁ ଝୁରୁଥିବାର ନଜର ଆସିଥିଲେ । ଆଉ ଏବେ ତାଙ୍କ ବଡ ଭାଇ, ଅଭିନେତା ରଣଧୀର କପୁର ତାଙ୍କୁ ମିସ୍ କରି ଭାବବିହ୍ବଳ ହୋଇଛନ୍ତି ।
ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ ଆମର ପୁରା ପରିବାର ଋଷିଙ୍କୁ ଖୁବ ମିସ କରୁଛନ୍ତି । ଭଗବାନଙ୍କ ଆମ ଉପରେ କୃପା ଅଛି କି ଏହି ଦୁଃଖ ସହ ଲଢିବାକୁ ସାହସ ଦେଉଛନ୍ତି । ଋଷି ଆଉ ସେ ବନ୍ଧୁ, ପରିବାର, ଫିଲ୍ମ ଓ ଖାଦ୍ୟକୁ ନେଇ ଏକାପରି ଥିଲେ ।
ଲୋକ ଆମକୁ ବହୁତ ସ୍ନେହ, ପ୍ରେମ ଦେଇଛନ୍ତି । ଋଷିଙ୍କୁ ନେଇ ଅନେକ ମେସେଜ ତାଙ୍କ ନିଧନରେ ଆମ ପାଖକୁ ଆସିଛି । ହେଲେ ସମସ୍ତଙ୍କୁ ଉତ୍ତର ଦେବା ସମ୍ଭବ ନୁହେଁ । କିନ୍ତୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ, ଯେ ଋଷିଙ୍କ ନିଧନକୁ ନେଇ ସମସ୍ତେ ଦୁଃଖୀ ଆଉ ସବୁବେଳେ ତାଙ୍କୁ ମନେ ରଖିଥାଆନ୍ତୁ ବୋଲି କହିଛନ୍ତି ରଣଧୀର ।