ETV Bharat / sitara

୩୮ ବର୍ଷରେ ଲଭର ବୟ ରଣବୀର କପୁର, ଭଉଣୀ ରିଦ୍ଧିମା କହିଲେ ଏମିତି କଥା... - Ranbir Kapoor

38 ବର୍ଷରେ ପାଦ ଥାପିଛନ୍ତି କପୁର ଖାନଦାନର ଏହି ଷ୍ଟାଇଲିସ ହଙ୍କ୍। ତେବେ 1982ରେ ଜନ୍ମ ଗ୍ରହଣ କରିଥିବା ରଣବୀର ନିଜର ଫିଲ୍ମ କ୍ୟାରିୟରକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି, ତାଙ୍କ ଲଭ ଲାଇଫକୁ ନେଇ ସେତିକି ଲାଇମ ଲାଇଟକୁ ଆସନ୍ତି। ବାପା ରଷି କପୁର ଓ ଜେଜେବାପାଙ୍କ ପରି ବଲିଉଡରେ ମଧ୍ୟ ରାଜ କରୁଛନ୍ତି ରଣବୀର କପୁର।

୩୮ ବର୍ଷରେ ଲଭର ବୟ ରଣବୀର କପୁର, ଭଉଣୀ ରିଦ୍ଧିମା କଲେ ୱିସ୍

author img

By

Published : Sep 28, 2020, 12:28 PM IST

ନୂଆଦିଲ୍ଲୀ: ଆଜି ବଲିଉଡର ଲଭର ବୟ ରଣବୀର କପୁରଙ୍କ ଜନ୍ମଦିନ। 38 ବର୍ଷରେ ପାଦ ଥାପିଛନ୍ତି କପୁର ଖାନଦାନର ଏହି ଷ୍ଟାଇଲିସ ହଙ୍କ୍। ତେବେ 1982ରେ ଜନ୍ମ ଗ୍ରହଣ କରିଥିବା ରଣବୀର ନିଜର ଫିଲ୍ମ କ୍ୟାରିୟରକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି, ତାଙ୍କ ଲଭ ଲାଇଫକୁ ନେଇ ସେତିକି ଲାଇମ ଲାଇଟକୁ ଆସନ୍ତି। ବାପା ରଷି କପୁର ଓ ଜେଜେବାପାଙ୍କ ପରି ବଲିଉଡରେ ମଧ୍ୟ ରାଜ କରୁଛନ୍ତି ରଣବୀର କପୁର।

ତେବେ ଭାଇର ଜନ୍ମଦିନ ପାଇଁ ଭଉଣୀ ରିଦ୍ଧିମା ଶୁଭେଚ୍ଛା ଜଣାଇବା ସହ ସ୍ନେହ ଓ ଶ୍ରଦ୍ଧା ଢାଳି ଦେଇଛନ୍ତି। ରିଦ୍ଧିମା ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ସାନ ଭାଇର ଏକ ସ୍ୱତନ୍ତ୍ର ଜନ୍ମଦିନ କୋଲାଜ ପୋଷ୍ଟ କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ ଏହି ଉପହାର 'ରକଷ୍ଟାର' ଅଭିନେତାଙ୍କ।

୩୮ ବର୍ଷରେ ଲଭର ବୟ ରଣବୀର କପୁର, ଭଉଣୀ ରିଦ୍ଧିମା କଲେ ୱିସ୍
୩୮ ବର୍ଷରେ ଲଭର ବୟ ରଣବୀର କପୁର, ଭଉଣୀ ରିଦ୍ଧିମା କଲେ ୱିସ୍

"ସବୁଠାରୁ ଖୁସିର ଦିନ AWESOMENESS! ତୁମକୁ ବହୁତ ଭଲ ପାଏ। ଏହି କୋଲାଜ ଫଟୋରେ ଭାଇ-ଭଉଣୀ ବିତାଇଥିବା କଏଦ ମୂହୁର୍ତ୍ତଗୁଡିକ ରହିଥିଲା। ଏଥିରେ ରଣବୀର କପୁରଙ୍କ ସ୍ୱର୍ଗତ ପିତା ତଥା ରଷି କପୁରଙ୍କ ଫଟୋ ମଧ୍ୟ ରହିଥିଲା।

ତେବେ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଲୋକପ୍ରିୟ ଅଭିନେତା ବ୍ରହ୍ମାସ୍ତ୍ରରେ ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବେ। ଯେଉଁଥିରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ରହିଛନ୍ତି। ରଣବୀରଙ୍କୁ ରାଜକୁମାର ହିରାନୀଙ୍କ ସଞ୍ଜୁରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ପୂର୍ବରୁ ରଣବୀର ବଲିଉଡ୍ ଫିଲ୍ମ ‘ଅଜବ ପ୍ରେମ କି ଗଜବ କାହାନୀ’(୨୦୦୯) ଓ ‘ରାଜନୀତି’(୨୦୧୦) କରି ବଲିଉଡରେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ। ଏହାପରେ ପରେ ‘ରକଷ୍ଟାର’(୨୦୧୧), ‘ବର୍ଫି’(୨୦୧୨), ‘ୟେ ଜୱାନୀ ହେ ଦିୱାନୀ’(୨୦୧୩) ଭଳି ବ୍ୟାକଟୁ ବ୍ୟାକ୍ ଫିଲ୍ମ କରି ସେ ଚର୍ଚ୍ଚାରେ ରହିଥିଲେ। ଏଇ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଅଭିନୀତ ‘ଏ ଦିଲ୍ ହେ ମୁସ୍କିଲ’(୨୦୧୬) ଏବଂ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’(୨୦୧୮) ବକ୍ସ ଅଫିସରେ ହିଟ ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.