ମୁମ୍ବାଇ: ହ୍ୟାଣ୍ଡମସ ଆକ୍ଟର ରଣବୀର କପୁରଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ସମାଲୋଚନା କରାଯାଇଛି । ପିତା ତଥା ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ମୃତ୍ୟୁକୁ କିଛି ଦିନ ହୋଇଛି। ହେଲେ ରଣବୀର ମା' ନୀତୁ ସିଂଙ୍କୁ ଛାଡି ଗାର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଚାଲିଯାଇଛନ୍ତି। ଫ୍ୟାନ୍ସଙ୍କୁ ରଣବୀରଙ୍କ ଏହି ନିଷ୍ପତ୍ତି ଆଦୌ ପସନ୍ଦ ଆସିନାହିଁ। ଯାହାକୁ ଆଧାର କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଛନ୍ତି ୟୁଜର୍ସ।
ୟୁଜର୍ସଙ୍କ ଅନୁଯାୟୀ ପିତାଙ୍କ ଦେହାନ୍ତ ପରେ ମା' ସହ ଗୋଟିଏ ଘରେ ରଣବୀରଙ୍କୁ ରହିବା କଥା। ସେହିପରି ମା'ଙ୍କ ଦାୟିତ୍ବ ନେବା ପୁଅ ରୂପେ ତାଙ୍କ କର୍ତ୍ତବ୍ୟ । ହେଲେ ରଣବୀର ମା'ଙ୍କ ସହ ନରହି ନିଜ କଥିତ ଗାର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ସହ ଏବେ ରହୁଛନ୍ତି । ଯାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କିଛି ୟୁଜର୍ସ ପ୍ରଶ୍ନ ରୂପେ ପଚାରିଛନ୍ତି ପିତାଙ୍କ ମୃତ୍ୟୁ ପରେ ରଣବୀର କଣ ମା'ଙ୍କ ସହ ରହିପାରିନଥାଆନ୍ତେ। ପ୍ରକାଶ ଥାଉକି ଋଷି କପୁରଙ୍କ ମୃତ୍ୟୁ ଗତ 30 ତାରିଖରେ ହୋଇଥିଲେ। ସେ 67 ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି।