ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ଇଭେଣ୍ଟ ପ୍ଲାନର ମିହିକା ବଜାଜଙ୍କ ସହିତ ଥିବା ସମ୍ପର୍କକୁ ପ୍ରକାଶ କରିଛନ୍ତି । 'ବାହୁବଲୀ' ଅଭିନେତା ରଣା ଡଗୁବତୀ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଥିବା ସମ୍ପର୍କକୁ ଘୋଷଣା କରିଛନ୍ତି ।
![Rana Daggubati confirms relationship with girlfriend, stars congratulate](https://etvbharatimages.akamaized.net/etvbharat/prod-images/aac6b847949ec01a07cf0208d4504249_1205newsroom_1589286413_78.jpg)
ରଣା ଡଗୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋର କ୍ୟାପସନରେ ରଣା ଲେଖିଛନ୍ତି ଯେ, ଓ୍ବର ଉସନେ ହା କହା ।
- " class="align-text-top noRightClick twitterSection" data="
">
ରଣାଙ୍କ ଏହି ଫଟୋରେ ତାଙ୍କ ସହକର୍ମୀ ଏବଂ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ଫଟୋରେ ଅନୀଲ କପୁର ଲେଖିଛନ୍ତି ଯେ, ମୋର ହାଇଦ୍ରାବାଦ ପୁଅକୁ ଅଭିନନ୍ଦନ । ମୁଁ ବହୁତ ଖୁସି ତୁମ ଦୁହିଁଙ୍କ ପାଇଁ । ଏହି ଫଟୋରେ ତନ୍ନୟା ଭାଟିଆ ଏବଂ କିଆରା ଆଡଭାନୀ ମଧ୍ୟ ରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୁଶାନ୍ତ କହିଛନ୍ତି ଯେ, ୱା ! ବଧାଇ ହୋ ଭାଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ