ETV Bharat / sitara

Rakhi And Ritesh Separated: ପ୍ରେମ ଦିବସ ପୂର୍ବରୁ ସ୍ବାମୀଙ୍କଠୁ ଅଲଗା ହେଲେ କଣ୍ଟ୍ରୋଭର୍ସି କୁଇନ - କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ

ବଲିଉଡ୍‌ର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ସ୍ବାମୀଙ୍କଠୁ ଅଲଗା ହେଲେ କଣ୍ଟ୍ରୋଭର୍ସି କୁଇନ
ସ୍ବାମୀଙ୍କଠୁ ଅଲଗା ହେଲେ କଣ୍ଟ୍ରୋଭର୍ସି କୁଇନ
author img

By

Published : Feb 14, 2022, 9:57 AM IST

ହାଇଦ୍ରାବାଦ: ସ୍ବାମୀଙ୍କ ରିତେଶ ସିଂଙ୍କ ଠାରୁ ଅଲଗା ହେଲେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ । ଯେତେବେଳେ ରାକ୍ଷୀ ସାୱନ୍ତ ବିବାହ କରିଥିଲେ, ସେ ତାଙ୍କ ସ୍ବାମୀ ରିତେଶଙ୍କ ସହ ଲୋକଙ୍କୁ ପରିଚିତ କରାଇ ନଥିଲେ । ପରେ ରିତେଶ ବିଗ୍ ବସ୍ 15 ରେ ରାକ୍ଷୀ ସାୱନ୍ତଙ୍କ ସହ ଆସିଥିଲେ । ଏହି ସମୟରେ ରାକ୍ଷୀ ରିତେଶଙ୍କୁ ସମସ୍ତଙ୍କ ସହିତ ପରିଚିତ କରାଇଥିଲେ । ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ । ବର୍ତ୍ତମାନ ରାକ୍ଷୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି । ଏନେଇ ଇନ୍‌ଷ୍ଟାଗ୍ରାମରେ ରାକ୍ଷୀ ନିଜେ ସୂଚନା ଦେଇଛନ୍ତି ।

ରାକ୍ଷୀ ସାୱନ୍ତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଲମ୍ବା ଚଉଡା ନୋଟ୍ ସେୟାର କରି ରିତେଶଙ୍କଠୁ ଅଲଗା ବିଷୟରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଥିବା ଅସୁବିଧାକୁ ସୁଧାରି ନେବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ । କିନ୍ତୁ ଦୁହେଁ ଏପରି କରିବାରେ ସଫଳ ହୋଇପାରିଲୁ ନାହିଁ। ଶେଷରେ ଆମେ ନିଜ ଜୀବନକୁ ଅଲଗା ହୋଇ ବିତାଇବାକୁ ସ୍ଥିର କରିଛୁ ।

ରାକ୍ଷୀ ସାୱନ୍ତ ତାଙ୍କ ନୋଟରେ ଲେଖିଛନ୍ତି, 'ସମସ୍ତ ପ୍ରଶଂସକ ଏବଂ ମୋର ପ୍ରିୟ ବ୍ୟକ୍ତି, ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ମୁଁ ଏବଂ ରିତେଶ ପରସ୍ପରଠାରୁ ଅଲଗା ହୋଇଯାଇଛୁ। 'ବିଗ୍ ବସ୍' ପରେ ଅନେକ ଘଟଣା ଘଟିଥିଲା, ​​ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା ସେସବୁ ସୁଧାରିବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ, କିନ୍ତୁ ଶେଷରେ ଆମେ ନିଜ ଜୀବନକୁ ଅଲଗା ହୋଇ ବିତାଇବାକୁ ସ୍ଥିର କଲୁ । 'ମୁଁ ବହୁତ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ'ର ଗୋଟିଏ ଦିନ ପୂର୍ବରୁ ଏହି ସବୁ ଘଟିଛି । ବର୍ତ୍ତମାନ ମୋତେ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ ଏବଂ ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ । ମୋତେ ବୁଝିଥିବାରୁ ଏବଂ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ … ରାଖୀ ସାୱନ୍ତ ।

ରାକ୍ଷୀ ସାୱନ୍ତଙ୍କ ଏହି ପୋଷ୍ଟରେ ଲୋକେ ମଧ୍ୟ ସେମାନଙ୍କର ମତାମତକୁ ଜୋରଦାର ଦେଉଛନ୍ତି । ଜଣେ ଲେଖିଛନ୍ତି, 'ୟେ ତୋ ହୋନା ଥା।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଶେଷରେ ଡ୍ରାମା ଶେଷ ହୋଇଛି।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଆମେ ଏସବୁ ଜାଣି ସାରିଛୁ । ଏହା ପୂର୍ବରୁ ସ୍ଥିର ଥିଲା । ରାକ୍ଷୀ ସାୱନ୍ତଙ୍କ ପୂର୍ବରୁ ରିତେଶ ବିବାହ କରିଥିଲେ । ବିଗ୍ ବସ୍ ର ସିଜନ୍ 14 ରେ ରାକ୍ଷୀ ନିଜେ ଏହା ପ୍ରକାଶ କରିଥିଲେ । ରିତେଶଙ୍କ ପ୍ରଥମ ପତ୍ନୀଙ୍କ ନାମ ସ୍ନିଗ୍ଧା । ସ୍ନିଗ୍ଧାଙ୍କ ସାକ୍ଷାତକାରରେ ମଧ୍ୟ ସାମ୍ନାକୁ ଆସିଥିଲା , ଯେଉଁଥିରେ ସ୍ନିଗ୍ଧା ରିତେଶଙ୍କ ଉପରେ ମାରପିଟ ଭଳି ଗୁରୁତର ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.