ETV Bharat / sitara

ମୌନୀଙ୍କ ଓଡ଼ଣୀ ସମ୍ଭାଳୁଛନ୍ତି ରାଜକୁମାର, ଦେଖନ୍ତୁ ଭିଡିଓ

author img

By

Published : Sep 24, 2019, 10:41 PM IST

ରିଲିଜ ହୋଇଯାଇଛି ‘ମେନ ଇନ ଚାଇନା’ର ପାର୍ଟି ସଙ୍ଗ ଓଡ଼ଣୀ । ରୋମାନ୍ସ ମୁଡରେ ରାଜକୁମାର ଓ ମୌନୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ଖୁବଶୀଘ୍ର ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ଓ ମୌନୀ ରାୟଙ୍କ କେମେଷ୍ଟ୍ରି ପରଦାରେ ଦେଖିବାକୁ ପାଇବେ ଦର୍ଶକ । କିଛି ଦିନ ପୂର୍ବରୁ ‘ମେଡ ଇନ ଚାଇନ’ର ଦମଦାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଗୀତ ‘ଓଡ଼ଣୀ’ । ଫେମସ ଗୁଜରାଟି ଗୀତ ‘ଓଡ଼ଣୀ’ର ଏହା ମଡର୍ଣ୍ଣ ଭର୍ସନ ।

  • " class="align-text-top noRightClick twitterSection" data="">

ଏହି ପାର୍ଟି ସଙ୍ଗ ଗୀତଟିକୁ ଗାଇଛନ୍ତି ଦର୍ଶନ ରାଭଲ ଓ ନେହା କକ୍କର । ଗୀତରେ ଯେଉଁଠାରେ ମୌନୀଙ୍କ ସେକ୍ସୀ ଅନ୍ଦାଜ ଦେଖିବାକୁ ମିଳୁଛି । ସେହିଠାରେ ରାଜକୁମାରଙ୍କ ମାସୁମ ଚେହେରା ମଧ୍ୟ ନଜର ଆସୁଛି । ସେହିପରି ‘ଓଡ଼ଣୀ’ ଗୀତଟିକୁ ସଚିନ-ଜିଗର କମ୍ପୋଜ କରିଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ନିରେନ ଭଟ୍ଟ ଓ ଜିଗର ସାରିୟା ।

ପ୍ରକାଶ ଥାଉକି ‘ମେଡ ଇନ ଚାଇନା’ ଫିଲ୍ମରେ ରାଜକୁମାର ଜଣେ ଗୁଜରାଟି ବିଜନେସମ୍ୟାନ ରଘୁ ଅବତାରରେ ନଜର ଆସିବେ । ଯିଏ ପପୁଲାର ବିଜନେସମ୍ୟାନ ହେବା ପାଇଁ ଚାଇନାରୁ ଜିନିଷ ଆଣି ଭାରତରେ ଦୁଇଗୁଣ ଟଙ୍କାରେ ବିକ୍ରି କରୁଥିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ମିଖିଲ ମୁସାଲେ । ଅନ୍ୟପଟେ ଫିଲ୍ମର ପ୍ରଯୋଜନା କରିଛନ୍ତି ଦିନେଶ ବିଜାନ ।

ଫିଲ୍ମଟି ଅକ୍ଟୋବର 25ରେ ରିଲିଜ ହେବାକୁ ଯାଉଛି । ଠିକ୍ ସେହି ଦିନ ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ କମେଡି ଫିଲ୍ମ ‘ହାଉସଫୁଲ 4’, ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ‘ଷାଣ୍ଢ କି ଆଂଖ’ ମଧ୍ୟ ରିଲିଜ ହେବ । ଏଥର ଲାଗୁଛି ଯେ ଅକ୍ଟୋବରରେ କଳାକାରଙ୍କ ପରସ୍ପରର ମୁହାଁମୁହିଁ ହେବାକୁ ଯାଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.