ETV Bharat / sitara

ତୁତିକୋରିନ ବାପା-ପୁଅ ମୃତ୍ୟୁ ମାମଲା, ନିର୍ମମ ହତ୍ୟା କହିଲେ ରଜନୀକାନ୍ତ - ତୁତିକୋରିନ ପିତା-ପୁତ୍ର ମୃତ୍ୟୁ

ନିକଟରେ ଜୟରାଜ ଏବଂ ବେନିକ୍ସଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରୁଥିବା ମେଗାଷ୍ଟାର ରଜନୀକାନ୍ତ ଏହାକୁ 'ନିର୍ମମ ହତ୍ୟା' ବୋଲି କହିଛନ୍ତି । ଅନୁସନ୍ଧାନ ବେଳେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କିଛି ପୋଲିସର ଆଚରଣରେ ରଜନୀକାନ୍ତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଧିକ ପଢନ୍ତୁ...

rajinikanth calls tuticorin custodial death brutal killing
ତୁତିକୋରିନ ପିତା-ପୁତ୍ର ମୃତ୍ୟୁ: ଏହି ଘଟଣାକୁ 'ନିର୍ମମ ହତ୍ୟା' ବୋଲି କହିଲେ ରଜନୀକାନ୍ତ
author img

By

Published : Jul 1, 2020, 7:57 PM IST

ମୁମ୍ବାଇ: ଚର୍ଚ୍ଚିତ ତୁତିକୋରିନ ବାପା-ପୁଅ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଉଥଷ୍ଟାର ରଜନୀକାନ୍ତ । ଏହାକୁ ନିର୍ମମ ହତ୍ୟା ବୋଲି ସେ କହିଛନ୍ତି । ଯାହାକୁ କଥିତ ରୂପରେ ପୋଲିସଙ୍କ ଦ୍ବାରା ମୃତ୍ୟୁ ହୋଇଛି ବୋଲି କୁହାଯାଇଥିଲା । ଅନୁସନ୍ଧାନ ବେଳେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କିଛି ପୋଲିସର ଆଚରଣକୁ 'ଅନୁଚିତ ବ୍ୟବହାର' ବୋଲି ରଜନୀକାନ୍ତ କହିଛନ୍ତି ।

ରଜନୀକାନ୍ତ ନିଜ ଟ୍ୱିଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ପିତା-ପୁତ୍ରଙ୍କ ନିର୍ଯାତନା ଦ୍ୱାରା ଘଟିଥିବା ନିର୍ମମ ହତ୍ୟାକୁ ସମଗ୍ର ମାନବ ସମାଜ ସମାଲୋଚନା କରୁଛନ୍ତି, ସେତେବେଳେ ମାଜିଷ୍ଟ୍ରେଟଙ୍କ ଆଗରେ ଅନୁସନ୍ଧାନ ବେଳେ କିଛି ପୋଲିସର କାର୍ଯ୍ୟକଳାପ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଏଥିରେ ଜଡିତ ସମସ୍ତଙ୍କୁ ଦଣ୍ଡ ଦିଆଯିବା ଉଚିତ୍ ।

ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ପି ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କୁ ଗିରଫ କରାଯାଇଥିଲା । 23 ଜୁନରେ କୋଭିଲପଟ୍ଟି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଶକୁନ୍ତଲାମ ପୋଲିସ ଷ୍ଟେସନରେ ପୋଲିସ ତାଙ୍କୁ ବହୁତ ମାଡମାରିଥିଲେ ।

ପ୍ରକାଶ ଥାଉ କି, ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ପ୍ରାୟ ସମସ୍ତ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରି ନ୍ୟାୟ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.