ମୁମ୍ବାଇ: ଅଭିନେତ୍ରୀ ରାଧିକା ଆପ୍ଟେ ଅନେକ ଫିଲ୍ମରେ ବୋଲ୍ଡ ସିନ କରି ପପୁଲାର ହୋଇଥିଲେ । ପୁଣିଥରେ ଏହି ଅଭିନେତ୍ରୀ ଏପରି କିଛି ସିନକୁ ନେଇ ଚର୍ଚ୍ଚାରେ । ରାଧିକା ଜଲଦି ହଲିଉଡ ଫିଲ୍ମ 'ଦ ୱେଡିଂ ଗେଷ୍ଟ'ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଦେବ ପଟେଲ ଦେଖାଯିବେ । ବର୍ତ୍ତମାନ ଦେବଙ୍କ ସହ ଏକ ବୋଲ୍ଡ ଲଭ ସିନ ତାଙ୍କର ଲିକ ହୋଇଛି ।
ୟୁଏସରେ ଏହି ଫିଲ୍ମ ରିଲିଜ ହୋଇସାରିଲାଣି କିନ୍ତୁ ଇଣ୍ଡିଆରେ ରାଧିକାଙ୍କ ଭାଇରାଲ ହୋଇଥିବା ବୋଲ୍ଡ ସିନର ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଭିଡିଓ ଲିକ ହେବାକୁ ନେଇ ଅସନ୍ତୋଷ ରାଧିକା । ଖାଲି ଏତିକି ନୁହେଁ ଏହି ସିନକୁ ଆଧାର କରି ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରିଥିଲେ ୟୁଜର୍ସ । ଯାହାର ପ୍ରତିକ୍ରିୟା ସେ ନିକଟରେ ଦେଇଥିଲେ ।
ରାଧିକା କହିଥିଲେ କି ଫିଲ୍ମରେ ଆହୁରି ଏମିତି ସିନ ଅଛି, ଯାହା ବାସ୍ତବରେ ଦର୍ଶକଙ୍କୁ ଆକର୍ଷିତ କରିବ । କିନ୍ତୁ କେବଳ ଫିଲ୍ମର ଏହି ବୋଲ୍ଡ ସିନ ହିଁ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ଲୋକଙ୍କ ବିକୃତ ମାନସିକତା ।
ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଇଣ୍ଟରନେଟରେ ତାଙ୍କ ନାମ ଜରିଆରେ ଏହାକୁ ଭାଇରାଲ କରାଯାଉଛି । ତାଙ୍କ ନାମରେ କାହିଁକି ଏପରି କରୁଛନ୍ତି ଲୋକେ, ଦେବଙ୍କ ନାମରେ କାହିଁକି ନୁହେଁ । ଏପରି କହି ଟ୍ରୋଲର୍ସଙ୍କୁ ନିଜ ଟାର୍ଗେଟରେ ନେଇଛନ୍ତି ରାଧିକା ।
ପ୍ରକାଶ ଥାଉକି ରାଧିକାଙ୍କ ବୋଲ୍ଡ ସିନ ପ୍ରଥମଥର ଦେଖିବାକୁ ମିଳୁନାହିଁ । ଏହା ପୂର୍ବରୁ ତାଙ୍କ ଫିଲ୍ମ 'ପାର୍ଚ୍ଡ'ରୁ ମଧ୍ୟ ତାଙ୍କ ବୋଲ୍ଡ ସିନ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ରାଧିକା ଅଭିନେତା ଆଦିଲ ହୁସୈନଙ୍କ ସହ ଇଣ୍ଟିମେଟ ସିନ ଦେଇଥିଲେ । ତାଙ୍କର ଏହି ସିନକୁ ନେଇ ବହୁତ ସମାଲୋଚନା କରାଯାଇଥିଲା ।