ETV Bharat / sitara

Pushpa 2ର ସୁଟିଂ ଆରମ୍ଭ ! ଜାଣନ୍ତୁ ରିଲିଜ ତାରିଖ

author img

By

Published : Mar 11, 2022, 7:25 PM IST

ପୁଷ୍ପାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିବା ଅଲୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସୁଛି । ଖବର ମୁତାବକ, ପୁଷ୍ପା-ଦ ରୁଲ ପାର୍ଟ-୨ର ସୁଟିଂ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ
ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା-ଦି ରାଇଜ୍: ପାର୍ଟ -1' ଗତ ବର୍ଷ ରିଲିଜ୍ ହେବା ମାତ୍ରେ ଦେଶ ତଥା ବିଶ୍ବରେ ଧମାଲ ମଚାଇ ଦେଇଥିଲା । ଆଜି ବି 'ପୁଷ୍ପା' ର ଡ୍ୟାନ୍ସ ଏବଂ ଡାଇଲଗ 'ମେନ୍ ଝୁକେଗା ନେହିଁ ...' କ୍ରେଜ ଏବେ ହି ଥମିନି। 'ପୁଷ୍ପା'ର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିବା ଅଲୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସୁଛି ।

ଖବର ମୁତାବକ, 'ପୁଷ୍ପା-ଦ ରୁଲ ପାର୍ଟ-୨' (Pushpa: The Rule - Part 2) ର ସୁଟିଂ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଆସୁଥିବା ଖବର ଅନୁଯାୟୀ ସୁକୁମାରଙ୍କ ନିର୍ଦ୍ଦେଶନାମାରେ 'ପୁଷ୍ପା-ଦ ରୁଲ ପାର୍ଟ-୨' ପ୍ରସ୍ତୁତ ଚାଲିଛି ।

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମ ପ୍ରସ୍ତୁତ ହୋଇଯିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 2023 ରେ ମୁକ୍ତିଲାଭ କରିପାରିବ। ଯଦି ଏହା ଘଟେ, ତେବେ ପ୍ରେକ୍ଷାଳୟରେ 'ପୁଷ୍ପା' ଏବଂ 'ପଠାନ୍' ମୁହାଁମୁହିଁ ହୋଇପାରନ୍ତି । କହିବାକୁ ଗଲେ ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ପଠାନ' 2023 ଜାନୁୟାରୀ 25ରେ ରିଲିଜ ହେବାକୁ ଯାଉଛି।

ହିନ୍ଦୀରେ ମୁକ୍ତିଲାଭ କରିବ କି ?

ତେଲୁଗୁ ବ୍ୟତୀତ ମାଲାୟାଲମ୍, ତାମିଲ ଏବଂ କନ୍ନଡ ଭାଷାରେ 'ପୁଷ୍ପା-ଦ ରୁଲ ପାର୍ଟ-୨' ମୁକ୍ତିଲାଭ କରିବ। ଫିଲ୍ମଟି ହିନ୍ଦୀରେ ରିଲିଜ ହେବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଗତ ବର୍ଷ ଫିଲ୍ମର ଦ୍ୱିତୀୟ ଭାଗ ଘୋଷଣା କରିଥିଲେ। ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫାସିଲ ଏବଂ ଧନଞ୍ଜୟଙ୍କ ଭଳି ଚରିତ୍ରକୁ ନେଇ ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ରଟି ସୁକୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.