ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫ ନିଜ ଅଭିନୟ ଡେବ୍ୟୁକୁ ନେଇ ଚର୍ଚ୍ଚାରେ । ତାଙ୍କ ପଞ୍ଜାବୀ ମ୍ୟୁଜିକ ଭିଡିଓ ‘ମାଶାଲ୍ଲା’ ନିକଟରେ ରିଲିଜ ହୋଇଥିଲା । ଏହି ଗୀତକୁ ଗାଇଛନ୍ତି ପପୁଲାର ସିଙ୍ଗର ଦୀପ ମନି । ଇତିମଧ୍ୟରେ ସେ ଇଶାବେଲଙ୍କ ପ୍ରଶଂସା କରି ଚର୍ଚ୍ଚାରେ । ଯଦିଓ ଇସାବେଲ ଇଣ୍ଡଷ୍ଟ୍ରିରେ ନୂଆ ତଥାପି ସେ ପ୍ରଫେସନାଲ ଲେଡି ବୋଲି ଜଣାଇଛନ୍ତି ଦୀପ ।
- " class="align-text-top noRightClick twitterSection" data="">
ସେ ଏହି କଥାର ଖୁଲାସା ଏକ ସାକ୍ଷାତକାରରେ କରିଥିଲେ । ଆଉ କହିଥିଲେ, ‘ମୁଁ କେବେ ମଧ୍ୟ ଲୋକଙ୍କୁ କୌଣସି ପରାର୍ମଶ ଦିଏନାହିଁ । ଇସାବେଲ ଜଣେ ପ୍ରଫେସନାଲ ଲେଡି ଯିଏ ଶାନଦାର କାମ ନିଜ ଡେବ୍ୟୁ ଆଲବମରେ କରିଛନ୍ତି । ସେ ଏହି ଗୀତକୁ ପସନ୍ଦ କରିଥିଲେ ଏବଂ ସବୁକିଛି ବହୁତ ଭଲ କରିଥିଲେ । ସୁଟିଂରେ କିଛି ରିଟେକର ଆବଶ୍ୟକ ଥିଲା ଯାହା ଚଳିବ । ହେଲେ ନୂଆ ଚେହେରା ସହ କାମ କରିବାର ଭଲ ଅନୁଭୂତି ପାଇଛି ।’
ସେହିପରି ସୁପରଷ୍ଟାର ସଲମାନ ଖାନଙ୍କ ‘ରେସ 3’ରେ କାମ କରିଥିଲେ ଦୀପ । ଆଉ ତାଙ୍କ ବିଷୟରେ ଆଲୋଚନା କରି ଜଣାଇଛନ୍ତି, ‘ଯଦି ସଲମାନ ମୋ ସହ ପୁଣି କାମ କରିବାକୁ ଚାହୁଁଛନ୍ତି ତେବେ ମୁଁ ପ୍ରସ୍ତୁତ ଅଛି । ମୁଁ ତାଙ୍କ ସମ୍ପର୍କରେ ଅଛି । ପ୍ରାୟ ଏକ ମାସ ପୂର୍ବେ ତାଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲି । ସେ ମୋର ଗୀତଗୁଡ଼ିକୁ ପସନ୍ଦ କରନ୍ତି । ସେ କହିଛନ୍ତି ଯେ ସେ ପୁଣି ମୋ ସହ କାମ କରିବାକୁ ଚାହୁଁଛନ୍ତି । ଯାହାପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିବ ।’
ପ୍ରକାଶ ଥାଉକି ଦୀପ କୌଣସି ବଲିଉଡ ଗୀତ ଚୟନ କରିନାହାଁନ୍ତି, କିନ୍ତୁ କହିଛନ୍ତି ଯେ ଲକଡାଉନ ତାଙ୍କୁ ଅତି କମରେ 100 ଟ୍ରାକରେ କାମ କରିବାର ସୁଯୋଗ ଦେଇଛି । ବର୍ତ୍ତମାନ ତାଙ୍କ ପାଖରେ ଗୀତରେ ପରିପୂର୍ଣ୍ଣ ଏକ ଲାଇବ୍ରେରୀ ଅଛି । ସେ ଅନେକ ସିଙ୍ଗଲ ସଙ୍ଗ ରିଲିଜ କରିବି ଏବଂ ଫିଲ୍ମ ନିର୍ମାତାଙ୍କୁ କିଛି ଗୀତ ମଧ୍ୟ ଶୁଣାଇବେ ।
@IANS