ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ବି ପ୍ରାକଙ୍କ ପତ୍ନୀ ମିରା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଗାୟକ ଗୁରୁବାର ଇନଷ୍ଟାଗ୍ରାମରେ ଏହା ଘୋଷଣା କରିଛନ୍ତି ।
- " class="align-text-top noRightClick twitterSection" data="
">
ବି ପ୍ରାକ ଇନଷ୍ଟାଗ୍ରାମରେ ପୁଅର ଏକ ଫଟୋ ସେୟାର କରିଛନ୍ତି । କିନ୍ତୁ, ଫଟୋରେ ପିଲାଟିର ଚେହେରା ଦୃଶ୍ୟମାନ ହେଉନାହିଁ ।
ଫଟୋ ସେୟାର କରି ବି ପ୍ରାକ ଲେଖିଛନ୍ତି, ହେ ଭଗବାନ । ଏହା ଲେଖିବାବେଳେ ମୋର ହାତ ଥରୁଛି । ଏକ ବେବି ବୟ ହୋଇଥିବାରୁ ମୁଁ ଧନ୍ୟ । ଏଥିପାଇଁ ମୋ ପତ୍ନୀଙ୍କୁ ବହୁତ ଧନ୍ୟବାଦ । ମୁଁ ତୁମକୁ ଏହି ନଅ ମାସ ଦେଖିଛି । ତୁମେ ରାତିସାରା ଶୋଇ ନଥିଲ । ଏହି କାମ କେବଳ ଜଣେ ମାଆଙ୍କ ଛଡା ଅନ୍ୟ କେହିଁ କରିପାରିବେ ନାହିଁ ।
ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ପ୍ରଂଶସକମାନଙ୍କ ସହିତ ଅନେକ ସେଲିବ୍ରିଟିମାନେ ମଧ୍ୟ ଅଭିନନ୍ଦନ ଜଣାଉଛି ।
ଏହି ଫଟୋରେ ଅଭିନେତ୍ରୀ ଗୌହର ଖାନ ଲେଖିଛନ୍ତି, ଅଭିନନ୍ଦନ । ଭଗବାନ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ ।
ନୁପୁର ସାନନ୍ ଲେଖିଛନ୍ତି, "ଅଭିନନ୍ଦନ ପାଜି । ପିଲାକୁ ଆଶୀର୍ବାଦ ।
ଆଗାମୀ ସମୟରେ, ବି ପ୍ରାକ ଲଭ୍ ଗୀତ 'ଫିଲହାଲ୍'ର ସିକ୍ୱେଲ୍ ଆଣିବାକୁ ଯୋଜନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ