ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ନିଧନରେ ସମସ୍ତଙ୍କୁ ଧକ୍କା ଲାଗିଛି । ଏଯାବତ କାହାରିକୁ ବିଶ୍ବାସ ହେଉନାହିଁ ଯେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ଭଳି ଟ୍ୟାଲେଣ୍ଟେଡ ଏବଂ ୟଙ୍ଗ ଆକ୍ଟର କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ଏବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଇତିମଧ୍ୟରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ଉପରେ ମୁହଁ ଖୋଲିଛନ୍ତି ବିଗ ବସ 13ର ଫେମସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ସେହନାଜ ଗିଲ । ଖାଲି ଏତିକି ନୁହେଁ ସେ ତାଙ୍କ ବିଷୟରେ କଥା ହେଉଥିବା ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ।
ସେ ଇନଷ୍ଟାଗ୍ରାମ ଲାଇଭ ଚାର୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟାରେ ଦୁଃଖ ପ୍ରକାଶ କରି କହିଥିଲେ, ‘ଜଣେ କଳାକାରଙ୍କ ଜୀବନ ବହୁତ କଷ୍ଟଦାୟକ । ହେଲେ ଆତ୍ମହତ୍ୟା କରିବା କଥା ନୁହେଁ ଯେବେ ମୃତ୍ୟୁ ସମୟ ଆସିବ ତେବେ ସମସ୍ତେ ମରିବେ । ଯେତେ ଜୀବନ ଭଗବାନ ଦେଇଛନ୍ତି ସେଥିକି ହସଖୁସିରେ ବଞ୍ଚିବା କଥା ।‘ ଏହାପରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ।
ବର୍ତ୍ତମାନ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାପର୍ବରୁ ମଧ୍ୟ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ ପୋଷ୍ଟ କରି ଚର୍ଚ୍ଚାରେ ଆସିଥିଲେ ।