ETV Bharat / sitara

Punjab Elections 2022: ନିର୍ବାଚନ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଲୱିକା

author img

By

Published : Nov 14, 2021, 5:03 PM IST

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ । ରାଜନୈତିକ ଦଳରେ ସାମିଲ ହୋଇ ନିର୍ବାଚନ ଲଢିବେ ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲୱିକା । ଅଧିକ ପଢନ୍ତୁ

Punjab Elections 2022: ନିର୍ବାଚନ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଲୱିକା
Punjab Elections 2022: ନିର୍ବାଚନ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଲୱିକା

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ରହିଛି । ଏହାରି ମଧ୍ୟରେ ବଲିଉଡ଼ ଅଭିନେତା ସୋନୁ ସୁଦଙ୍କୁ ନେଇ ଆସିଛି ବଡ଼ ଖବର । ସୋନୁ ନିର୍ବାଚନ ଲଢିବାକୁ ମନା କରିଥିବାବେଳେ ତାଙ୍କ ଭଉଣୀ ମାଲୱିକା ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ସୋନୁ ।

ତେବେ ମାଲୱିକା କେଉଁ ପାର୍ଟି ଓ କେଉଁ ଆସନରୁ ନିର୍ବାଚନ ଲଢିବେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପଞ୍ଜାବବାସୀଙ୍କ ପାଇଁ କାମ କରିବା ଲାଗି ମାଲୱିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ସଠିକ ସମୟ ଆସିଲେ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି କହିଛନ୍ତି ସୋନୁ । ସେପଟେ କିଛି ଦିନ ପୂର୍ବରୁ ସୋନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ସହିତ AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଓ ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂ ବାଦଲଙ୍କୁ ଭେଟିଥିଲେ ।

ଏଯାବତ୍‌ କୌଣସି ରାଜନୈତିକ ଦଳରେ ଯୋଗଦାନ ଜୀବନର ଏକ ବଡ଼ ନିଷ୍ପତ୍ତି ହୋଇଥାଏ । ଏହା ସାଧାରଣ ବୈଠକ ନୁହେଁ ବରଂ ଆଦର୍ଶ ଠାରୁ ଅଧିକ ବୋଲି ସେ କହିଛନ୍ତି । ମାଲୱିକା ମୋଗା ଆସନରୁ ଲଢିବାର ଅଧିକ ସମ୍ଭାବନା ରହିଛି । ସୋନୁ କୌଣସି ରାଜନୈତିକ ଦଳରେ ସାମିଲ ହେବେ କି ନାହିଁ ପ୍ରଶ୍ନରେ ସୋନୁ କହିଛନ୍ତି ଯେ ବର୍ତ୍ତମାନ ମାଲୱିକାଙ୍କୁ ସମର୍ଥନ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ । ପରେ ସେ ନିଜ ଯୋଜନା ସମ୍ପର୍କରେ ସୂଚନା ଦେବେ ବୋଲି କହିଛନ୍ତି ।

ମାଲୱିକାଙ୍କ ପାଇଁ ସ୍ବାସ୍ଥ୍ୟ ସେବା ପ୍ରଥମ ପ୍ରାଥମକିତା ରହିବ । ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ରୋଗୀଙ୍କୁ ବିନା ଶୁଳ୍କରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ । ଏହାସହିତ ରାଜ୍ୟରେ ବେରୋଜଗାର କ୍ଷେତ୍ରରେ ସେ କାର୍ଯ୍ୟ କରିବେ । ପଞ୍ଜାବର ଯୁବଗୋଷ୍ଠୀ ସେତେବେଳେ ଡ୍ରଗ୍ସ ବା ନିଶାଦ୍ରବ୍ୟ ସେବନ କରୁଛନ୍ତି ଯେତେବେଳେ ତାଙ୍କ ନିକଟରେ କୌଣସି ଚାକିରି ନାହିଁ । ତେବେ ଏ ଦିଗରେ ସେ କାର୍ଯ୍ୟ ପୂର୍ବରୁ ଆରମ୍ଭ କରିଦେଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.