ETV Bharat / sitara

Project K: ପ୍ରଥମ ଥର ବିଗ୍‌ ବିଙ୍କ ସହ ଏକାଠି ନଜର ଆସିବେ ବାହୁବଳୀ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନାଗ ଅଶ୍ବିନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ କାମ କରୁଛନ୍ତି । ଯାହାର ଶୀର୍ଷକ ଅସ୍ଥାୟୀ ରୂପରେ ପ୍ରୋଜେକ୍ଟ କେ। ଦୁହେଁ ତାଙ୍କର ପ୍ରଥମ ସଟ୍ ଶେଷ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 19, 2022, 12:02 PM IST

ପ୍ରଥମ ଥର ଏକାଠି ନଜର ଆସିବେ ସୁପରଷ୍ଟାର ଅମିତାଭ ବଚ୍ଚନ-ପ୍ରଭାସ

ହାଇଦ୍ରାବାଦ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନାଗ ଅଶ୍ବିନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ କାମ କରୁଛନ୍ତି । ଯାହାର ଶୀର୍ଷକ ଅସ୍ଥାୟୀ ରୂପରେ 'ପ୍ରୋଜେକ୍ଟ କେ'। ଦୁହେଁ ତାଙ୍କର ପ୍ରଥମ ସଟ୍ ଶେଷ କରିଛନ୍ତି। ପ୍ରୋଜେକ୍ଟ କେର ପ୍ରଥମ ସଟ ପୂରା କରିଥିବାରୁ ଦୁହେଁ ପରସ୍ପରର ପ୍ରଶଂସା କରିଛନ୍ତି ।

ନିଜ ଟ୍ବିଟର ହ୍ୟାଣ୍ଡେଲରେ 42 ବର୍ଷୀୟ ଅଭିନେତା ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କର ପ୍ରଶଂସା କରିବା ସହିତ ଲେଖିଛନ୍ତି, 'ପ୍ରଥମ ଦିନ...ପ୍ରଥମ ସଟ୍‌...' 'ବାହୁବଳୀ' ପ୍ରଭାସଙ୍କ ସହ ପ୍ରଥମ ଫିଲ୍ମ, ଏହା ସମ୍ମାନର କଥା!! ଏହାପୂର୍ବରୁ ପ୍ରଭାସ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଭେଟେରାନ ଅଭିନେତାଙ୍କୁ ପ୍ରଶଂସା କରିଥିଲେ । ପ୍ରଭାସ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିନେତା ବିଗ୍ ବିଙ୍କ ବସ୍‌ ଭଳି ବସିଥିବାର ଏକ ପ୍ରତିଷ୍ଠିତ ଫଟୋ ସେୟାର କରିଛନ୍ତି । ସେ ଏହି ପୋଷ୍ଟରରେ ଏହି କ୍ୟାପସନ୍ ଦେଇ ଲେଖିଛନ୍ତି “ଏହା ମୋ ପାଇଁ ଏକ ସ୍ବପ୍ନ ସାକାର ହେବା ପରି। ମହାନ @amitabhbachchan ସାରଙ୍କ ସହ #ProjectKର ପ୍ରଥମ ସଟ୍ ଆଜି ପୂରା କରିଛି! "

  • T 4196 - ... first day .. first shot .. first film with the 'Bahubali' Prabhas .. and such a honour to be in the company of his aura, his talent and his extreme humility ❤️❤️🙏🙏 .. to imbibe to learn .. !!

    — Amitabh Bachchan (@SrBachchan) February 18, 2022 " class="align-text-top noRightClick twitterSection" data=" ">

'ପ୍ରୋଜେକ୍ଟ କେ' ଘୋଷଣା ପରଠାରୁ ଏହାର ଚର୍ଚ୍ଚା ହେଉଛି । ଏଥିରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ହାଇଦ୍ରାବାଦରେ ପ୍ରଭାସଙ୍କ ସହ ପ୍ରୋଜେକ୍ଟ କେର ପ୍ରଥମ କାର୍ଯ୍ୟସୂଚୀର ସୁଟିଂକୁ ପୂରା କରିଥିଲେ । ଏହା ଏକ ସାଇ-ଫାଇ ଚଳଚ୍ଚିତ୍ର । ଯାହାର ବିଶାଳ ସେଟ୍ ରାମୋଜି ଫିଲ୍ମ ସିଟିରେ ତିଆରି ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମିତ ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଉଛି । ଏହି ଚଳଚ୍ଚିତ୍ର ବ୍ୟତୀତ ବିଗ୍ ବି 'ଅଲବିଦା'ରେ ନୀନା ଗୁପ୍ତାଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର୍ କରୁଥିବା ଦେଖିବାକୁ ମିଳିବ । ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଅଭିନୟ କରିଥିବା 'ବ୍ରହ୍ମାସ୍ତ୍ର'ର ଏକ ଅଂଶ ଏବଂ ତାଙ୍କ କିଟିରେ 'ରନ୍ୱେ 34', 'ଝୁଣ୍ଡ' ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.