ମୁମ୍ବାଇ: ସାଧାରଣ ଲୋକଙ୍କ ପରି ବଲିଉଡ ଦେଶୀଗର୍ଲ ଏବଂ ତାଙ୍କ ସ୍ବାମୀ ନିକ ଜୋନସ ମଧ୍ୟ ଦୀର୍ଘ ଦିନ ଧରି ଘରେ ରହିଥିଲେ । କିନ୍ତୁ ଏଭଳି ସମୟରେ ମଧ୍ୟ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭୁଲି ନାହାଁନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅବଗତ କରାଇଥିଲେ ।
ଆଜିକାଲି ପ୍ରିୟଙ୍କା ଏବଂ ନିକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପ୍ରିୟଙ୍କା ନିକଙ୍କ କୋଳରେ ମୁଣ୍ଡ ରଖି ବିଶ୍ରାମ ନେଉଛନ୍ତି । ତାଙ୍କ କୁକୁର ମଧ୍ୟ ପ୍ରିୟଙ୍କାଙ୍କ ସହ ଶୋଇଛି । ଏହି ଫଟୋରେ ନିକ ଜୋନସଙ୍କୁ ଦେଖି ସେ ତାଙ୍କ ପତ୍ନୀଙ୍କ ଯତ୍ନ ନେଉଥିବାର ଜଣା ପଡିଛି । ପ୍ରିୟଙ୍କା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ବର୍ତ୍ତମାନ ନିକ ଏବଂ ପ୍ରିୟଙ୍କାଙ୍କ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।
ଶନିବାର ଦିନ ନିକ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଲୋକମାନଙ୍କୁ ବିଚ୍ଛିନ୍ନ ରହିବା ପାଇଁ କହୁଥିଲେ । ଭିଡିଓରେ ନିକ କହିଛନ୍ତି, 'ସମସ୍ତଙ୍କୁ ନମସ୍କାର, ଏହା ଅତ୍ୟନ୍ତ କଷ୍ଟକର ସମୟ, କିନ୍ତୁ ମୁଁ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ । ଆମ ସମସ୍ତଙ୍କୁ ଏକାଠି ପରସ୍ପରର ଯତ୍ନ ନେବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ