ETV Bharat / sitara

ବାଫ୍ଟା 2021 ଦୌଡରେ ପ୍ରିୟଙ୍କାଙ୍କ ‘ଦ ହ୍ବାଇଟ ଟାଇଗର’ - ଆଦର୍ଶ ଗୌରବଙ୍କ ନ୍ୟୁଜ

ସାମ୍ନାକୁ ଆସିଲା ଗୁଡନ୍ୟୁଜ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ବାଫ୍ଟା ପ୍ରତିଯୋଗୀତାରେ ସାମିଲ ହୋଇଛି । ଆଦର୍ଶ ଶ୍ରେଷ୍ଠ ଅଭିନେତା ତାଲିକାରେ ଥିବା ବେଳେ ପ୍ରିୟଙ୍କା ଶ୍ରେଷ୍ଠ ସହ-ଅଭିନେତ୍ରୀ ରେସ୍‌ରେ ଅଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Feb 6, 2021, 10:47 AM IST

ମୁମ୍ବାଇ: ବ୍ରିଟିଶ୍ ଏକାଡେମୀ 2021 ବର୍ଷ ପାଇଁ ବାଫ୍ଟା ପୁରସ୍କାର ପାଇଁ ଏକ ଲମ୍ବା ତାଲିକା ପ୍ରକାଶ କରିଛି । ଯେଉଁଥିରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଜୋନାସ୍, ରାଜକୁମାର ରାଓ ଏବଂ ଆଦର୍ଶ ଗୌରବଙ୍କ ଅଭିନୀତ ‘ଦ ହ୍ବାଇଟ ଟାଇଗର’ ସାତୋଟି ବର୍ଗରେ ନାମାଙ୍କନ ପାଇଁ ଦୌଡରେ ସାମିଲ ହୋଇଛି । ରମିନ ବହରାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜାନୁଆରୀ 22ରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା ।

ଫିଲ୍ମର ମୁଖ୍ୟ ଅଭିନେତା ଆଦର୍ଶ ଏବଂ ଦିବଙ୍ଗତ ଅଭିନେତା ଚାଡୱିକ୍ ବସମ୍ୟାନ ଫିଲ୍ମ ‘ମା ରେନିଜ୍ ବ୍ଲାକ୍ ବଟମ୍’ ପାଇଁ ଶ୍ରେଷ୍ଠ ଅଭିନେତା ଚୟନ ତାଲିକାରେ ସାମିଲ ହୋଇଛନ୍ତି । ସେହିପରି ଶ୍ରେଷ୍ଠ ସହ-ଅଭିନେତ୍ରୀ ଦୌଡ଼ରେ ପ୍ରିୟଙ୍କା ଅଛନ୍ତି।

ଅନ୍ୟପଟେ ଏହି ତାଲିକାରେ ମାରିଆ ବାକାଲୋଭ, ଏଲେନ୍ ବସାର୍ଟିନ୍, ଗ୍ଲେନ୍ କ୍ଲୋଜ୍ ଏବଂ ଅଲିଭିଆ କଲମେନଙ୍କ ସମେତ ଅନ୍ୟ ଅଭିନେତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ପ୍ରକାଶ ଥାଉକି ‘ଦ ହ୍ବାଇଟ ଟାଇଗର’ ଫିଲ୍ମର କାହାଣୀ ଧନୀ ଗରିବ ଭେଦଭାବକୁ ନେଇ ଆଧାରିତ । କିପରି ଜଣେ ଗରିବ ସବୁବେଳେ ଧନୀ ହେବାକୁ ସ୍ବପ୍ନ ଦେଖେ ସେନେଇ ପର୍ଯ୍ୟବେଶିତ ଫିଲ୍ମର କାହାଣୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.