ETV Bharat / sitara

ଶୀଘ୍ର ମା' ହେବାକୁ ଚାହୁଁଛନ୍ତି ପିସି - ମା' ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା

ଏକ ସାକ୍ଷାତକାରରେ ମା' ହେବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଥିଲେ ପ୍ରିୟଙ୍କା । ଏବର୍ଷ ସେ ନିଜ କାମକୁ ନେଇ ବ୍ୟସ୍ତ ଅଛନ୍ତି । ଭଗବାନଙ୍କ ଦୟା ହେଲେ ସେ ଜଲଦି ମା' ସାଜିବେ ବୋଲି କହିଛନ୍ତି।

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Mar 28, 2020, 2:41 PM IST

ମୁମ୍ବାଇ: ଦୀର୍ଘ ସମୟରୁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ମା' ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏବେ କୋରୋନା ଭାଇରାସରୁ ସୁରକ୍ଷିତ ରହିବା ପାଇଁ ସେ ସ୍ବାମୀ ନିକ ଜୋନସଙ୍କ ସହ ଘରେ ସମୟ ବିତାଉଛନ୍ତି। ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଲାଣି। ଇତିମଧ୍ୟରେ ସେ ନିଜ ମା' ହେବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଏକ ବ୍ରିଟିଶ ମାଗାଜିନକୁ ନିକଟରେ ଦେଇଥିବା ସାକ୍ଷାତରେ ସେ କହିଥିଲେ ଯେ ଏବର୍ଷ ସେ ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ତାଙ୍କ ପାଇଁ ପରିବାର ମଧ୍ୟ ଖୁବ୍ ମହତ୍ବ ରଖୁଛି। ସେ ଶୀଘ୍ର ମା' ମଧ୍ୟ ହେବାକୁ ଚାହୁଁଛନ୍ତି। ହେଲେ ଯେବେ ଭଗବାନଙ୍କ ଦୟା ହେବ, ସବୁ କିଛି ସଠିକ୍ ସମୟରେ ହେବ।

ପ୍ରକାଶ ଥାଉକି ଗତ ବର୍ଷ ପ୍ରିୟଙ୍କା ‘ଦ ସ୍କାଇ ଇଜ ପିଙ୍କ’ ଜରିଆରେ ବଲିଉଡକୁ କମବ୍ୟାକ କରିଥିଲେ । ଏଙି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଫେମସ ଅଭିନେତା ଫରହାନ ଅଖତର । ଫିଲ୍ମଟିକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.