ମୁମ୍ବାଇ: ଭାଲେଣ୍ଟାଇନ ଡେ ଅବସରରେ ଲଭି-ଡଭି ଫଟୋ ସେୟାର କଲା ପରେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ଶୁଣିବାକୁ ମିଳୁଛି । କୁହାଯାଇଛି ଯେ ବିବାହର ଦୁଇମାସ ପରେ ପ୍ରିୟଙ୍କା ଓ ନିକ ଜୋନସଙ୍କ ଘରେ କୁନି ଅତିଥି ଆସିବାକୁ ଯାଉଛି । କଥାଟି ହେଲା କି ପିସି ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ପିସିଙ୍କ ବେବୀ ବମ୍ପ ଦେଖିବାକୁ ମିଳୁଛି । ଫଟୋରେ ସେ ଏକ ଟାଇଟ ଫିଟଡ ଡ୍ରେସ ପିନ୍ଧିଛନ୍ତି । ଏହି ଡ୍ରେସରେ ତାଙ୍କ ପେଟ ବଡ ଜଣାପଡୁଛି । ଫଟୋ ଭାଇରାଲ ହେବା ମାତ୍ରେ ୟୁଜର୍ସ ତାଙ୍କ ଗର୍ଭବତୀ କଥା ଉପରେ ମୋହର ଲଗାଇଛନ୍ତି ।
- " class="align-text-top noRightClick twitterSection" data="
">
ଯାହା ଜଣାପଡୁଛି ଏହା କେବେଳ ଉଡା ଖବର ଏଯାବତ ସତ୍ୟତା ସାମ୍ନାକୁ ଆସିନାହିଁ । ଯେଉଁଠାରେ କିଛି ମିଡିଆ ପ୍ରିୟଙ୍କା ଗର୍ଭବତୀ ଥିବା କଥା ପ୍ରକାଶ କରିଛନ୍ତି, ସେହିପରି ଆଉ କିଛି ଏହାକୁ ମିଛ ବୋଲି କହୁଛନ୍ତି । ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ ପିସିଙ୍କ ନିକଟତର ସମ୍ପର୍କୀୟ ଏହି କଥାର ଖୁଲାସା କରିଛନ୍ତି ବୋଲି । ଅନ୍ୟପଟେ ପିସି ଓ ନିକ ଏଯାବତ ଗର୍ଭବତୀ ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ତେବେ ଏହା ଶୁଣିବା ବାକି ରହିଲା କି ସତରେ କଣ ପିସି ଗର୍ଭବତୀ ଅଛନ୍ତି ?