ETV Bharat / sitara

ମାଧୁରୀଙ୍କ ଡାନ୍ସ କ୍ଲାସ ପ୍ରଶଂସାରେ ଦେଶୀ ଗାର୍ଲ

author img

By

Published : Apr 28, 2020, 7:07 PM IST

ଗତ 1 ତାରିଖରେ ସୋସିଆଲ ମିଡିଆରେ ମାଧୁରୀ ଘୋଷଣା କରିଥିଲେ ଫ୍ରି ଡାନ୍ସ କ୍ଲାସ ଜନସାଧାରଣଙ୍କୁ ଯୋଗାଇବେ। ଏବେ ତାଙ୍କ ଏହି ପ୍ରୟାସ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଚୋପ୍ରା।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରାସ ମହାମାରୀ ପାଇଁ ପୁରା ଦେଶବାସୀ ନିଜ ନିଜ ଘରେ ବନ୍ଦ ଅଛନ୍ତି । ଦେଶରେ ବର୍ତ୍ତମାନ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି । ଯାହା ଆସନ୍ତା 3 ତାରିଖରେ ଶେଷ ହେବ। ମାସରୁ ଅଧିକ ସମୟ ଘରେ ଥିବା ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି ସେଲିବ୍ରିଟି । କିଏ ନିଜ ୱାର୍କଆଉଟ ଭିଡିଓ ଜରିଆରେ ଫିଟ୍ ରଖିବାକୁ ଚେଷ୍ଟା ଚଳାଇଛନ୍ତି ତ ଆଉ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ସେହିପରି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ୱେବସାଇଟ ଜରିଆରେ ଦର୍ଶକଙ୍କୁ ଏମାସ 1 ତାରିଖରୁ ଦୁଇଟି ଫ୍ରି ଡାନ୍ସ କ୍ଲାସ ଦେଇଆସୁଛନ୍ତି। ତାଙ୍କ ଏହି କ୍ଲାସ ଆସନ୍ତା 30 ତାରିଖରେ ଶେଷ ହେବ । ତାଙ୍କ ଏହି ପ୍ରୟାସର ଏବେ ପ୍ରଶଂସା କରିଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରିୟଙ୍କା ଚୋପ୍ରା

ସେ ଟ୍ବିଟ କରି ଲେଖିଛନ୍ତି, ‘ତୁମକୁ ଅନେକ ଅନେକ ପ୍ରେମ। #ShareAMove ଏକ ଶାନଦାର ଆରମ୍ଭ ମାଧୁରୀଙ୍କ ଟିମ ଜରିଆରେ। ଯାହା ଏହି ଜଟିଳ ସମୟରେ ଦେଶବାସୀଙ୍କୁ ଡାନ୍ସ ଦ୍ବାରା ପଜେଟିଭି ରଖିବା ପାଇଁ। ଯେଉଁଠାରେ ଆମେ ସମସ୍ତ ଘରେ ରହିବା ଏବଂ ଡାନ୍ସ କରିବା।’

ପ୍ରକାଶ ଥାଉକି ଶେଷଥର ମାଧୁରୀ ଫେମସ ନିର୍ମାତା କରନ ଜୋହରଙ୍କ ଫ୍ଲପ ଫିଲ୍ମ ‘କଲଙ୍କ’ରେ ନଜର ଆସିଥିଲେ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା । ଯେଉଁଥିରେ ମାଧୁରୀଙ୍କ ସହ ସଞ୍ଜୟ ଦତ୍ତ, ଆଲିୟା ଭଟ୍ଟ, ବରୁଣ ଧୱନ, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରାୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.