ETV Bharat / sitara

ପରିବାରବାଦର ଶିକାର ହୋଇଥିଲେ ଦେଶୀ ଗାର୍ଲ, ଭିଡିଓରେ ଖୁଲାସା - ପ୍ରିୟଙ୍କାଙ୍କ ପୁରୁଣା ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରିୟଙ୍କାଙ୍କ ଏକ ପୁରୁଣା ଭିଡିଓ । ଯେଉଁଥିରେ ସେ ବଲିଉଡରେ ଚାଲିଥିବା ପରିବାରବାଦ ବିଷୟରେ ଆଲୋଚନା କରୁଥିବାର ଆସୁଛନ୍ତି ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Jun 24, 2020, 8:06 PM IST

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ପରିବାରବାଦକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସାଜିଛି କିଛି ସେଲିବ୍ରିଟିଙ୍କ ପାଇଁ କାଳ । କାରଣ ତାଙ୍କ ଆତ୍ମହତ୍ୟାକୁ ସହଜରେ ବିଶ୍ବାସ କରିପାରୁନାହାଁନ୍ତି ପ୍ରଶଂସକ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସୁଶାନ୍ତଙ୍କ ଭଳି ଫେମସ ଆକ୍ଟର କାହିଁକି ଆତ୍ମହତ୍ୟା କଲେ । ହୁଏତଃ ସେ ବଲିଉଡରେ ପରିବାରବାଦର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଇତିମଧ୍ୟରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ସେ ମଧ୍ୟ ବଲିଉଡରେ ନିଜ କ୍ୟାରିୟର ବିଷୟରେ ଭିଡିଓରେ କିଛି ଖୁଲାସା କରୁଥିବାର ନଜର ଆସୁଛନ୍ତି । ପ୍ରିୟଙ୍କା ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯିଏ ସବୁ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖନ୍ତି ।

ସେହିପରି ଏହି ଭିଡିଓରେ ସେ କହିଛନ୍ତି, ‘ପରିବାରବାଦ ଓ ବଲିଉଡ ଏକାଠି ଚାଲନ୍ତି । ହେଲେ ଗତ କିଛି ବର୍ଷ ହେବ ଏମିତି ଅନେକ କଳାକାର ଆସିଛନ୍ତି ଯେଉଁମାନେ ଏହାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ସେହି କଳାକାରମାନେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରି ସମସ୍ତଙ୍କୁ ଦେଖାଇ ଦେଇଛନ୍ତି । ଯାହା ମୁଁ ମଧ୍ୟ କରିବାକୁ ଚେଷ୍ଟା ଚଳାଇଛି । ମୋ ପାଇଁ ମଧ୍ୟ ବହୁତ କଠିନ ଥିଲା । ମୁଁ ବଲିଉଡରେ କାହାରିକୁ ଜାଣିନଥିଲି । ମୁଁ ଏଠାରେ ପାଦ ଦେବା ବେଳେ ସମସ୍ତେ ପରସ୍ପରର ଭଲ ବନ୍ଧୁଥିଲେ । ମୁଁ ନେଟୱାର୍କିଂରେ ଭଲ ନଥିଲି ଏବଂ ଅଧିକ ପାର୍ଟିରେ ଯୋଗ ଦେଉନଥିଲି । ତାହା ମଧ୍ୟ ମୋ ପାଇଁ କଷ୍ଟସାଧ୍ୟ ଥିଲା । କିନ୍ତୁ ମୁଁ ସତ୍ୟକୁ ଗ୍ରହଣ କଲି ଯେ ମତେ ଏହି ସବୁ ଜିନିଷକୁ ଭୟ କରିବାକୁ ପଡିବ ନାହିଁ ।’ ଆପଣ ବି ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.