ETV Bharat / sitara

‘ଗାର୍ଲ ଅପ ଲିଡରଶିପ ସମିତ 2020’ରେ ଯୋଗ ଦେବେ ପିସି

author img

By

Published : Jul 9, 2020, 8:50 PM IST

ପୁଣି ଚର୍ଚ୍ଚାରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା । ଏଥର ସେ ଏକ ଶାନଦାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଗୁରୁବାର ସୋସିଆଲ ମିଡିଆରେ ବଡ ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଦେଇଛନ୍ତି । ସେ ଖୁବଶୀଘ୍ର ପ୍ରଭାବଶାଳୀ ମହିଳା ନେତ୍ରୀ ଓ ଦୁନିଆର କିଛି ପପୁଲାର ସେଲିବ୍ରିଟିଙ୍କ ସହ ଭର୍ଚୁଆଲ ‘ଗାର୍ଲ ଅପ ଲିଡରଶିପ ସମିତ 2020’ରେ ଯୋଗ ଦେବେ । ଏହି ତାଲିକାରେ ମେଘାନ ମାର୍କଲେ ଓ ମିସେଲ ଓବାମାଙ୍କ ଭଳି ଫେମସ ମିହାଳଙ୍କ ନାମ ମଧ୍ୟ ସାମିଲ ଅଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ସବୁ ମହିଳାଙ୍କ ନାମ ଏବଂ ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ‘ସେମାନଙ୍କ ବ୍ୟାକଗ୍ରାଉଣ୍ଡ କଣ ଥିଲା ସେଥିରେ କୌଣସି ଫର୍କ ପଡୁନାହିଁ । ଝିଅଙ୍କ ମଧ୍ୟରେ ନିଜ ଆଖପାଖ ପରିବେଶ, ଦେଶ ଏବଂ ନିଜକୁ ରୂପାନ୍ତରିତ କରିବାର ଶକ୍ତି ଥାଏ । ଭର୍ଚୁଅଲ ୱାର୍ଲ୍ଡ 2020ରେ ମତେ ଜଏନ କରନ୍ତୁ । ’

ପ୍ରକାଶ ଥାଉକି ଗାର୍ଲ ଅପ ଲିଡରଶିପ ସମିତ 2020 ଆସନ୍ତା 13ରୁ 15 ପର୍ଯ୍ୟନ୍ତ ଚାଲିବ । ଦେଶର ସବୁ ସଫଳ ନେତ୍ରୀ ଓ ସେଲିବ୍ରିଟି ଏଥିରେ ଯୋଗ ଦେବେ । ସେହିପରି ପ୍ରିୟଙ୍କାଙ୍କ ନାମ ନିକଟରେ ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ 2020 ପାଇଁ ବ୍ରାଣ୍ଡ ଆମାସାଡର ରୂପେ ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.