ETV Bharat / sitara

ଆହତ ହେଲେ ଦେଶୀ ଗାର୍ଲ

ପାର୍ଟିରେ ନି-କ୍ୟାପ ପିନ୍ଧି ପହଞ୍ଚିଲେ ଦେଶୀ ଗାର୍ଲ । ସୁଟିଂ ସେଟରେ ତାଙ୍କୁ ଆଘାତ ଲାଗିଛି ବୋଲି ଶୁଣିବାକୁ ମିଳୁଛି ।

author img

By

Published : Jun 13, 2019, 8:14 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର ଆଗାମୀ ଫିଲ୍ମ 'ଦ ସ୍କାଇ ଇଜ ପିଙ୍କ'ର ସୁଟିଂ ଶେଷ କରିସାରିଲେଣି । ଏହି ଅବସରରେ ଫିଲ୍ମ ଟିମ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ପୁରା ଷ୍ଟାର-କାଷ୍ଟଙ୍କ ସହ ନଜର ଆସିଥିଲେ ପ୍ରିୟଙ୍କା ଚୋପ୍ରା । ସବୁଥର ପରି ଏଥର ମଧ୍ୟ ସେ ଖୁବ୍ ସୁନ୍ଦର ଦେଖାଯାଇଥିଲେ । କିନ୍ତୁ ଏହି ପାର୍ଟିରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଥିଲା ପ୍ରିୟଙ୍କାଙ୍କ ଆଣ୍ଠୁରେ ବନ୍ଧା ହୋଇଥିବା ନି-କ୍ୟାପ ।

ଏହି ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏମିତି ପ୍ରଥମଥର ହୋଇଛି କି ପ୍ରିୟଙ୍କା ଅସୁସ୍ଥ ଅବସ୍ଥାରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି ।

ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କାଙ୍କୁ ସୁଟିଂ ସମୟରେ ଆଘାତ ଲାଗିଛି ବୋଲି । ନିଜ ଯନ୍ତ୍ରଣା କମ କରିବା ପାଇଁ ହୁଏତଃ ପିସି ନି- କ୍ୟାପ ପିନ୍ଧିଛନ୍ତି । କିନ୍ତୁ ନିଜ ଆଘାତର ସୂଚନା ସେ ଏଯାବତ ଫ୍ୟାନ୍ସଙ୍କୁ ଜଣାଇନାହିଁନ୍ତି ।

ପ୍ରକାଶ ଥାଉକି ପ୍ରିୟଙ୍କା ଶେଷଥର ବଲିଉଡ ଫିଲ୍ମ 'ବାଜିରାଓ ମସ୍ତାନୀ'ରେ ନଜର ଆସିଥିଲେ । ଏବେ ଦୀର୍ଘ ସମୟ ବ୍ୟବଧାନରେ ସେ ହିନ୍ଦୀ ଫିଲ୍ମରେ ପୁଣି ନଜର ଆସିବେ । ଏହାସାହ ନିକଟରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ'ରେ ତାଙ୍କ ନାମ ସମ୍ପୃକ୍ତ ଥିଲା କିନ୍ତୁ ଫିଲ୍ମ ସୁଟିଂ ପୂର୍ବରୁ ସେ ଏଥିରେ କାମ କରିବାକୁ ମନା କରିଦେଇଥିଲେ । ଯାହାଦ୍ବାରା ଫିଲ୍ମଟି କ୍ୟାଟ୍ରିନା କୈଫଙ୍କ ହାତରେ ଲାଗିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.