ମୁମ୍ବାଇ: ୱିଙ୍କ ଗାର୍ଲ ନାମରେ ପପୁଲାର ହୋଇଥିବା ପ୍ରିୟା ପ୍ରକାଶ ୱାରିୟରଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଖୁବ୍ ଭାଇରାଲ ହୋଇଥାଏ । ନିକଟରେ ସେ ଏମିତି କିଛି କାମ କରିଛନ୍ତି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
କଥାଟି ହେଲା କି ଅଭିନୟ ସହ ଦର୍ଶକଙ୍କ ତାଙ୍କ ସୁରିଲା କଣ୍ଠ ମଧ୍ୟ ଶୁଣିବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ନିଜର ଅପକମିଂ ଫିଲ୍ମ 'ଫାଇନଲ୍ସ' ପାଇଁ ଗୋଟିଏ ଗୀତ ଗାଇଛନ୍ତି । ଯାହା ଏବେ ରିଲିଜ ହୋଇଯାଇଛି ।
ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଚାରି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ନିଜ ଗୀତର ଭିଡିଓଟିକୁ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ କଣ୍ଠରେ 'ନି ମଝାୱିଲୁ ପୋଲ' ଗୀତ ଶୁଣିବାକୁ ମିଳୁଛି ।
ବର୍ତ୍ତମାନ ପ୍ରିୟାଙ୍କ ଏହି ଗୀତଟିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ଏହାସହ ଭିଡିଓଟିକୁ ବହୁତ ଲୋକେ ଦେଖିଥିବା ବେଳେ ଏବଂ ଲାଇକ ମଧ୍ୟ କରିଛନ୍ତି । ଗୀତଟି ଖୁବ୍ ଭାଇରାଲ ମଧ୍ୟ ହେଉଛି । ଆପଣ ମଧ୍ୟ ଦେଖନ୍ତୁ ପ୍ରିୟାଙ୍କ ଏହି ଗୀତ ଭିଡିଓ...
- " class="align-text-top noRightClick twitterSection" data="">
- " class="align-text-top noRightClick twitterSection" data="
">