ETV Bharat / sitara

Film Salaar: ପ୍ରଭାସଙ୍କ ସହ କାମ କରିବେ ଏହି ଦମଦାର ସାଉଥ ଅଭିନେତା

author img

By

Published : Mar 9, 2022, 12:46 PM IST

ପ୍ରଭାସଙ୍କ ଫିଲ୍ମ ସାଲାରରେ ସାଉଥର ଆଉ ଜଣେ ଦମଦାର ଅଭିନେତା ଏଣ୍ଟ୍ରି କରିଛନ୍ତି । ଜଣାଶୁଣା ଦକ୍ଷିଣ ଅଭିନେତା ପୃଥ୍ୱୀରାଜ ସୁକୁମାରନ ପ୍ରଭାସଙ୍କ ସହ ସାଲାର ଫିଲ୍ମରେ କାମ କରିବେ। ଅଧିକ ପଢନ୍ତୁ

ପ୍ରଭାସଙ୍କ ସହ କାମ କରିବେ ଏହି ଦମଦାର ସାଉଥ ଅଭିନେତା

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ଅଛି । ଏହି ବର୍ଷ ଦକ୍ଷିଣର ଅନେକ ବଡ ବଡ ବଜେଟ୍ ଚଳଚ୍ଚିତ୍ର ଦେଖିବାକୁ ମିଳିବ, ଯେଉଁଥିରେ RRR, KGF ଚାପ୍ଟର 2 ଏବଂ ରାଧେ-ଶ୍ୟାମ୍ ଅନ୍ତର୍ଭୁକ୍ତ । ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ଧମାକାଦାର ଖବର ଆସିଛି । ବାହୁବଳୀ ତାରକା ପ୍ରଭାସ ରାଧେ-ଶ୍ୟାମର ବ୍ୟତୀତ ସାଲାର ଫିଲ୍ମରେ ମଧ୍ୟ ନଜର ଆସିବେ । ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହାକୁ କେଜିଏଫ୍ ଖ୍ୟାତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି । ପ୍ରକାଶ ଯେ, ପ୍ରଭାସଙ୍କ ଫିଲ୍ମ ସାଲାରରେ ସାଉଥର ଆଉ ଜଣେ ଦମଦାର ଅଭିନେତା ଏଣ୍ଟ୍ରି କରିଛନ୍ତି ।

film salaar
film salaar

ପ୍ରଭାସ ଆଜିକାଲି ଫିଲ୍ମ 'ରାଧେ-ଶ୍ୟାମ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଆଉ ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ 11ରେ ଏହି ଫିଲ୍ମ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ରାଧେ ଶ୍ୟାମଙ୍କ ପ୍ରମୋସନ ସମୟରେ ପ୍ରଭାସ ପ୍ରକାଶ କରିଥିଲେ ଯେ ଜଣାଶୁଣା ଦକ୍ଷିଣ ଅଭିନେତା ପୃଥୀରାଜ ସୁକୁମାରନ ତାଙ୍କ ସହ ସାଲାର ଫିଲ୍ମରେ କାମ କରିବେ ।

2021ରେ, ଫିଲ୍ମ ନିର୍ମାତାମାନେ ଘୋଷଣା କରିଥିଲେ ଯେ ଫିଲ୍ମଟି 2022 ଏପ୍ରିଲ 14ରେ ରିଲିଜ ହେବ, କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଫିଲ୍ମଟି ନିର୍ଦ୍ଧାରିତ ସମୟରେ ରିଲିଜ ହୋଇପାରିବ ନାହିଁ । ଗଣମାଧ୍ୟମ ସହ କଥାବାର୍ତ୍ତା କରି ପ୍ରଭାସ କହିଛନ୍ତି, 'ପୃଥୀରାଜ ମଧ୍ୟ ଏହି ଚଳଚ୍ଚିତ୍ରରେ କାମ କରୁଛନ୍ତି, ଆମ ଚଳଚ୍ଚିତ୍ରରେ ତାଙ୍କୁ ପାଇବା ଆମ ପାଇଁ ଗୌରବର ବିଷୟ, ସେ ଆମ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଆମେ ବହୁତ ଖୁସି'।

film salaar
film salaar

ଉଲ୍ଲେଖନୀୟ ଯେ, 'କେଜିଏଫ୍' ଭଳି ଏକ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିବା ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସାଲାର୍ ପ୍ରସ୍ତୁତ କରୁଛନ୍ତି । ପ୍ରଶାନ୍ତ ସାଲାର ପାଇଁ ପ୍ରଭାସ ଏବଂ ଶ୍ରୁତି ହାସନଙ୍କୁ ମୁଖ୍ୟ ଭୂମିକା ପାଇଁ କାଷ୍ଟ କରିଛନ୍ତି । ଏହା ଏକ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର, ଯେଉଁଥିରେ ପ୍ରଭାସଙ୍କ ଆକ୍ସନ୍ ଦେଖାଯିବ । ଏହି ଚଳଚ୍ଚିତ୍ରରେ ଜଗପତି ବାବୁ, ଇଶ୍ବରୀ ରାଓ, ମଧୁ ଗୁରୁସ୍ୱାମୀଙ୍କ ପରି କଳାକାର ନଜର ଆସିବେ । ଖବର ମୁତାବକ, ସାଲାର ମଧ୍ୟ କେଜିଏଫ୍ ଭଳି ଦୁଇଟି ଭାଗରେ ତିଆରି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.