ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଏହି ସମୟରେ ବଲିଉଡର କିଛି ସେଲିବ୍ରିଟି ବଗିଚା ଏବଂ ଚାଷ କାମ କରି ସମୟ ବିତାଉଛନ୍ତି ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ, ସଲମାନ ଖାନଙ୍କ ପରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଘରେ ପନିପରିବା ଚାଷ କରୁଥିବାର ଦେଖିବାକୁ ମିଳିଛି ।
ନିକଟରେ, ପ୍ରୀତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ତାଙ୍କ ବଗିଚାରୁ କିଛି ପନିପରିବା ତୋଳୁଥିବାର ଦେଖିବାକୁ ମିଳିଛି ।
ଭିଡିଓର କ୍ୟାପସନରେ ପ୍ରୀତି ଲେଖିଛନ୍ତି, 'ଘର କି ଖେତି' । ଘରେ ପନିପରିବା ଚାଷ କରିବାରେ ବହୁତ ଆନନ୍ଦ ମିଳେ । ମତେ ମୋର ମାଆ ଘରେ ପନିପରିବା ଚାଷ କରିବାକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ ।
ଏହି ସମୟରେ,ପ୍ରୀତି ତାଙ୍କ ସ୍ୱାମୀ ଜିନି ଗୁଡେନୋଫଙ୍କ ସହ ଆମେରିକାରେ ରହୁଛନ୍ତି ।
ପ୍ରକାଶ ଥାଉ କି, ସୋସିଆଲ ମିଡିଆରେ ପ୍ରୀତି ବହୁତ ଆକ୍ଟିଭ ଥାଆନ୍ତି । ପ୍ରୀତି ତାଙ୍କର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ସେୟାର କରିଥାନ୍ତି । ପ୍ରୀତିଙ୍କୁ 2018 ମସିହାରେ ଫିଲ୍ମ 'ଭାୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସନି ଦେଓଲ, ଅମିଷା ପଟେଲଙ୍କ ଭଳି କଳାକାରମାନେ ମଧ୍ୟ ଥିଲେ ।