ETV Bharat / sitara

କୋରୋନା ଭାଇରସର ପ୍ରତିକାର କହି କ୍ଷମା ମାଗିଲେ ପ୍ରକାଶ - ଅଭିନେତା ପ୍ରକାଶ ରାଜ ନୂଆ ଟ୍ବିଟ

ଏବେ କୋରୋନା ଭାଇରସ ଉପରେ ବଲିଉଡ ଷ୍ଟାର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ହେଲେ ଅଭିନେତା ପ୍ରକାଶ ରାଜ ଏହାର ପ୍ରତିକାର ଉପରେ ଟ୍ବିଟ କରି ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

prakash raj
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରକାଶ ରାଜ
author img

By

Published : Mar 4, 2020, 9:06 PM IST

ମୁମ୍ବାଇ: ଦେଶରେ ଏବେ କୋରୋନା ଭାଇରସକୁ ନେଇ ଭୟ ଦେଖିବାକୁ ମିଳୁଛି। ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଧିରେ ଧିରେ କରି ଅନେକ ଦେଶରେ ବ୍ୟାପି ଲାଗିଛି। ଭାରତରେ ଏବେ ଦିଲ୍ଲୀ ଓ ନୋଏଡା ଅଞ୍ଚଳରେ କୋରୋନା ଭାଇରସରେ ବିପଦ ବଢିଯାଇଛି। ଏଯାବତ ଭାରତରେ 28 ଜଣ କୋରୋନା ଭାଇରସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ରାଜ

ଏହି ବିପଦକୁ ନେଇ ଦେଶ ଭୟଭୀତ ଥିବା ବେଳେ ଫେମସ ଅଭିନେତା ପ୍ରକାଶ ରାଜ ଏଥିରୁ ବଞ୍ଚିବା ପାଇଁ ଏକ ଉପାୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ହେଲେ ସେୟାରର କିଛି ସମୟ ପରେ ତାଙ୍କୁ ନିଜ ଟ୍ବିଟକୁ ଡିଲିଟ କରିବାକୁ ପଡିଥିଲା।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ରାଜ

ସେ ଟ୍ବିଟରେ ଲେଖିଥିଲେ ଯେ ଗୋଟିଏ କପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା କୋରୋନା ଭାଇରସରୁ ରକ୍ଷା ପାଇବ। ଏହାକୁ ଡିଲିଟ କରିବା ପରେ ସେ ଆଉ ଏକ ନୂଆ ଟ୍ବିଟ କରି ଲେଖିଛନ୍ତି, ‘କିଛି ଭଲ କରିବା ଜଲଦିରେ ମୁଁ ଭୁଲ ସୂଚନାର ଶିକାର ହୋଇଯାଇଥିଲି। ହେଲେ ଭଲ କଥା ହେଲା ଯେ ମୁ ମୋ ଭୁଲକୁ ସ୍ବୀକାର କରି ନିଜ ଭୁଲ ସୁଧାରିଛି । ଏଥି ନିମନ୍ତେ ମୁଁ ଭୁଲ ଟ୍ବିଟକୁ ଡିଲିଟ କରିଦେଇଛି । କ୍ଷମା କରିବେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.