ETV Bharat / sitara

ଅମିତାଭଙ୍କୁ ଘର ଖାଦ୍ୟ ଖୁଆଇଲେ ପ୍ରଭାସ, ପ୍ରଶଂସା କଲେ ବିଗ୍ ବି

ପ୍ରଭାସ ସେଟରେ ଅମିତାଭ ବଚ୍ଚନଙ୍କ ପାଇଁ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆଣି ଦେଇଛନ୍ତି । ଏହା ଦେଖି ଅମିତାଭ ଖୁସିରେ ଝୁମି ଯାଇଚନ୍ତି। ଏଥିସହିତ ସେ ଟ୍ବିଟରରେ ପ୍ରଭାସଙ୍କ ଉଦାରତାକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 21, 2022, 12:22 PM IST

ଅମିତାଭଙ୍କୁ ଘର ରନ୍ଧା ଖାଦ୍ୟ ଖୁଆଇଲେ ପ୍ରଭାସ, ହୃଦୟରୁ ପ୍ରଶଂସା କଲେ ବିଗ୍ ବି

ହାଇଦ୍ରାବାଦ: ନିକଟରେ ସାଉଥ ସୁପରଷ୍ଟାର ପ୍ରଭାସ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ସହ ଏମିତି କିଛି କରିଥିଲେ, ଯେଉଁଥିରେ ବିଗ୍ ବିଙ୍କ ହୃଦୟ ପୂରାପୂରି ତରଳି ଯାଇଥିଲା । କେବଳ ସେତିକି ନୁହେଁ, ଅମିତାଭ ପ୍ରଭାସଙ୍କର ପ୍ରଶଂସା କରିବାରେ ବି ପଛାଇନଥିଲେ । ଅମିତାଭ ସୋସିଆଲ ମିଡିଆରେ ପ୍ରଭାସଙ୍କର ଢେର ପ୍ରଶଂସା କରିଥିଲେ । ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ପ୍ରଭାସ ସେଟରେ ଅମିତାଭ ବଚ୍ଚନଙ୍କ ପାଇଁ ଘର ରନ୍ଧା ଖାଦ୍ୟ ଆଣିଥିଲେ । ଏହା ଦେଖି ଅମିତାଭ ଖୁସିରେ ଝୁମି ଯାଇଥିଲେ ଏବଂ ସେ ଟ୍ବିଟରରେ ପ୍ରଭାସଙ୍କ ଉଦାରତାକୁ ପ୍ରଶଂସା କରିଥିଲେ ।

  • T 4198 - 'Bahubali' Prabhas .. your generosity is beyond measure .. you bring me home cooked food, beyond delicious .. you send me quantity beyond measure .. could have fed an Army ..
    the special cookies .. beyond scrumptious ..
    And your compliments beyond digestible 🤣

    — Amitabh Bachchan (@SrBachchan) February 20, 2022 " class="align-text-top noRightClick twitterSection" data=" ">

ଉଲ୍ଲେଖନୀୟ ଯେ, ପ୍ରଭାସ ଏବଂ ଅମିତାଭ ବଚ୍ଚନ ନାଗ ଅଶ୍ବିନଙ୍କ ଆଗାମୀ ଚଳଚ୍ଚିତ୍ର ପ୍ରୋଜେକ୍ଟ କେ (Nag Ashwin's movie Project K) ରେ ଏକାଠି କାମ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିଛନ୍ତି। ଏହା ଏକ ସାଇନ୍ସ ତଥା ବୈଜ୍ଞାନିକ ଭିତ୍ତିକ ଫିଲ୍ମ । ଅମିତାଭ ବଚ୍ଚନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଏହାର ପ୍ରଥମ ସଟ୍ ଶେଷ କରିଛନ୍ତି । ପ୍ରୋଜେକ୍ଟ କେର ପ୍ରଥମ ସଟ ପୂରା କରିଥିବାରୁ ଦୁହେଁ ପରସ୍ପରର ପ୍ରଶଂସା କରିଥିଲେ। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଅମିତାଭ ବଚ୍ଚନ ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କର ପ୍ରଶଂସା କରିବା ସହିତ ଲେଖିଥିଲେ, 'ପ୍ରଥମ ଦିନ...ପ୍ରଥମ ସଟ୍‌...' 'ବାହୁବଳୀ' ପ୍ରଭାସଙ୍କ ସହ ପ୍ରଥମ ଫିଲ୍ମ, ଏହା ସମ୍ମାନର କଥା!!

ଆଜି ପୁଣି ଥରେ ଅମିତାଭ ବଚ୍ଚନ ଟ୍ବିଟ୍ କରି ଲେଖିଛନ୍ତି, 'ବାହୁବଳୀ' ପ୍ରଭାସ .. ତୁମର ଉଦାରତା ପରିମାପ ବାହାରେ ... ତୁମେ ମୋ ପାଇଁ ସବୁଠାରୁ ସୁସ୍ବାଦୁ ଘର ରନ୍ଧା ଖାଦ୍ୟ ଆଣିଦେଇଛ, ଏବଂ ସେହି ସ୍ପେଶାଲ କୁକିଜ୍, ଚମତ୍କାର ଏବଂ ଆପଣଙ୍କ ପ୍ରଶଂସାକୁ ହଜମ କରିବା ବାହାରେ ।

ଏହା ବି ପଢନ୍ତୁ: Project K: ପ୍ରଥମ ଥର ବିଗ୍‌ ବିଙ୍କ ସହ ଏକାଠି ନଜର ଆସିବେ ବାହୁବଳୀ

ଏଥିସହିତ ପ୍ରଭାସ ଅମିତାଭ ବଚ୍ଚନଙ୍କ ସହ କାମ କରିବାର ଅଭିଜ୍ଞତା ସେୟାର କରିଥିଲେ। ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଚଳଚ୍ଚିତ୍ରରୁ ଅମିତାଭଙ୍କ ଫଟୋ ସେୟାର କରିଥିଲେ । ପ୍ରଭାସ ଲେଖିଛନ୍ତି, 'ମୋର ସ୍ବପ୍ନ ସାକାର ହୋଇଛି । ଆଜି ମୁଁ କିମ୍ବଦନ୍ତୀ ଅମିତାଭ ବଚ୍ଚନ ସାର୍ ଙ୍କ ସହିତ ପ୍ରୋଜେକ୍ଟ କେର ପ୍ରଥମ ସଟ୍ ଶେଷ କଲି ।

'ବାହୁବଳୀ' ଚଳଚ୍ଚିତ୍ର ରିଲିଜ୍ ହେବା ପରଠାରୁ ପ୍ରଭାସଙ୍କ ପାନ୍ ଇଣ୍ଡିଆ ଫ୍ୟାନ ଫଲୋଇଙ୍ଗ ବହୁତ ବୃଦ୍ଧି ପାଇଛନ୍ତି। ଏହା ପରେ ସେ 'ସାହୋ'ରେ ଅଭିନୟ କରିଥିଲେ ଏବଂ ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ' ରାଧା ଶ୍ୟାମ'କୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରଟି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ପ୍ରଭାସର ଆଉ ଏକ ଚଳଚ୍ଚିତ୍ର ତେଲୁଗୁ ବ୍ୟତୀତ ହିନ୍ଦୀ ଭାଷାରେ ମଧ୍ୟ ନିର୍ମିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.